Odisha news

ଦିଲ୍ଲୀ ସ୍ଥ୍ୟମନ୍ତ୍ରୀଙ୍କଠାରେ କରୋନା ଲକ୍ଷଣ,ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ଯୋଗୁଁ ଅସୁସ୍ଥ

0

ନୂଆଦିଲ୍ଲୀ : ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନଙ୍କର ଜ୍ୱର ଓ ଶ୍ୱାସକ୍ରିୟାରେ ସମସ୍ୟା ଅନୁଭବ କରିବା ପରେ ତାଙ୍କୁ ଦିଲ୍ଲୀର ରାଜୀବ ଗାନ୍ଧୀ ସୁପର ସ୍ପେଶାଲିଟି ହସ୍ପିଟାଲରେ ଭର୍ତି କରାଯାଇଛି । । ଏହାସହ ତାଙ୍କର covid-19 ପରୀକ୍ଷା ମଧ୍ୟ ହୋଇଛି । ଏନେଇ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ସତୈନ୍ଦ୍ର ଜୈନ ମଧ୍ୟ ଟ୍ୱିଟ କରି ସୂଚନା ଦେଇଛନ୍ତି ।ଏବଂ ପ୍ରତି ଅପଡେଟ ନେଇ ଅବଗତ କରିବେ ବୋଲି ଲେଖିଛନ୍ତି ।

ଏହାପୂର୍ବରୁ ଅରବିନ୍ଦ ଜେକ୍ରିୱାଲ ମଧ୍ୟ ଅସୁସ୍ଥ ହୋଇଥିଲେ । ତେବେ ତାଙ୍କର କରୋନା ଟେଷ୍ଟ କରାଯାଇଥିଲେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା । ସେପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଟ୍ୱିଟ କରିଛନ୍ତି । ଏବଂ ନିଜର ସ୍ୱାସ୍ଥ୍ୟକୁ ଖାତିର ନକରି ୨୪ଘଂଟା ଲୋକଙ୍କ ସେବାରେ ନିୟୋଜିତ ଥିବା ଲେଖିଛନ୍ତି । ଏହାସହ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply