୨ ସିଆରପିଏଫ ଯବାନ, ୨ ସ୍ୱାସ୍ଥ୍ୟ କର୍ମୀ, ୨ ଶିକ୍ଷକଙ୍କ ସମେତ ୬୫ କରୋନା ଆକ୍ରାନ୍ତ ଚିହ୍ନଟ : ରାୟଗଡ଼ାରେ କରୋନା ସଂଖ୍ୟା ୪୮୭ ଛଇଁଲା
ରାୟଗଡା : ଜିଲ୍ଲାରେ ଗୋଟିଏ ଦିନରେ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ପୁରୁଷ ଆକ୍ରନ୍ତଙ୍କ ସଂଖ୍ୟା ୪୨ ହୋଇଥିବା ବେଳେ ମହିଳାଙ୍କ ସଂଖ୍ୟା ୨୩ ଥିବା ନେଇ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ସୂଚନା ଦେଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ନିଷିଦାଞ୍ଚଳରୁ ଆସିଛନ୍ତି । ୧୧ ଜଣ ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ବିହାର, ତେଲେଙ୍ଗାନା, ପଡୋଶୀ ଜିଲ୍ଲା କୋରାପୁଟ ଏବଂ ଗଜପତିରୁ ଆସିଛନ୍ତି ।
୫ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି । ଘରକୁ ଘର ବୁଲି ସର୍ଭେ ମାଧ୍ୟମରେ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାବ ନମୁନା ପରୀକ୍ଷା ପରେ ୨୨ ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିଲା । ୬୫ ଜଣ କୋରାନା ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ କୋଭିଡ ଯୋଦ୍ଧା ସାମିଲ ଅଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣ ସ୍ୱାସ୍ଥ୍ୟ କର୍ମୀ, ୨ ଜଣ ଶିକ୍ଷକ ଏବଂ ୨ ଜଣ ସିଆରପିଏଫ କର୍ମଚାରୀ ଅଛନ୍ତି । ୬୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ରାୟଗଡା ସହରରୁ ମଧ୍ୟ ୧୭ ଜଣ, ଗୁଣପୁର ସହରରୁ ୩୪, ମୁନିଗୁଡାରୁ ୧୧ ଜଣ, ବିଷମକଟକ ଏବଂ ପଦ୍ମପୁରର ଜଣେ ଲେଖାଏଁ ଏବଂ ରାମନାଗୁଡାରୁ ୧୨ଜଣ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ରାୟଗଡା ଜିଲ୍ଲାରୁ ୪୮୭ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ଜଣଙ୍କ ମୃତ୍ୟୁ ହୋଇଛି ।
୨୭୩ କରୋନା ଆକ୍ରାନ୍ତ ଜେକେପୁର କୋଭିଡ ହସ୍ପିଟାଲ, ତାଡମା କୋଭିଡ ସେଂଟର, ବିଷମକଟକ କୋଭିଡ ସେଣ୍ଟର ଏବଂ ଗୁଣପୁର କୋଭିଡ ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି । ଆଣ୍ଟିଜେନ ଏବଂ ଆଗ୍ରେସିସ୍ କଣ୍ଟାକ୍ଟ ଟ୍ରେସ ଦ୍ୱାରା କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହେବାରେ ଲାଗିଛି । ତେଣୁ ଏଥିରେ ଭୟଭୀତ ନ ହେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଯଦି କୌଣସି ବ୍ୟକ୍ତି ଠାରେ କୋରନା ଲକ୍ଷଣ ଦେଖା ଦିଏ ତା ହେଲେ ୧୦୪ କିମ୍ବା ଆଶା ଦିଦି ସହ ଯୋଗାଯୋଗ କରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କୋରନା ଆକ୍ରାନ୍ତ ବୃଦ୍ଧି ପାଉଥିବାରା ଜିଲ୍ଲାପାଳ ଶ୍ରୀବେହେରା ଜିଲ୍ଲାବାସୀଙ୍କୁ କୌଣସି ସାମାଜିକ କାର୍ଯ୍ୟନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସରକାରଙ୍କ ତରଫରୁ ଜାରୀ କରାଯାଇଥିବା କୋଭିଡ ୧୯ ନିୟମକୁ କଡାକଡି ଭାବେ ମାନିବା ସହ ସାମାଜିକ ଦୂରତା ବଜାୟ ରଖିବା ଏବଂ ବାହାରକୁ ବାହାରିଲେ ମାସ୍କ ପିନ୍ଧିବା ସହ ନିୟମିତ ବ୍ୟବଧାନରେ ହାତ ସଫା କରିବା ପାଇଁ ଜିଲ୍ଲାବାସୀଙ୍କୁ ନିବେଦନ ଜିଲ୍ଲାପାଳ ବେହେରା କହିଛନ୍ତି ।