Odisha news

ଗବେଷକ ଙ୍କ ମତ: କରୋନା ସମୟରେ ପେଟ ଯନ୍ତ୍ରଣା ଓ ଝାଡ଼ା କୁ ଅଣଦେଖା କରନ୍ତୁ ନାହିଁ

0
ବର୍ତ୍ତମାନ୍ ଦେଶରେ ପୁନର୍ବାର କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଗତ କିଛିଦିନ ହେବ କରୋନା ସଂକ୍ରମଣ କମି ରହିଥିଲେ ସୁଧା ବର୍ତ୍ତମାନ୍ ଅଚାନକ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂକ୍ରମଣ ୩୫୦୦ କୁ ବୃଦ୍ଧି ହୋଇଛି । ଗବେଷକ ଙ୍କ ମତରେ ବର୍ତ୍ତମାନ୍ ର କରୋନା ଲକ୍ଷଣ କିଛି ନୂଆ ସଂକେତ ନେଇ ଆସିଚି ।
* ମିଳିଥିବା ତଥ୍ୟ ଅନୁସାରେ କରୋନା ରେ ପେଟ ଯନ୍ତ୍ରଣା ସମସ୍ୟା ଦେଖା ଦେଇଥାଏ । ପୂର୍ବରୁ କରୋନା ଲକ୍ଷଣ ରେ ଥଣ୍ଡା, କାଶ କଫ ସମସ୍ୟା ଦେଖା ଦେଉଥିଲେ । ଡାକ୍ତର ମାନଙ୍କ ସୂଚନା ଅନୁସାରେ ବର୍ତ୍ତମାନ୍ ପେଟ ଯନ୍ତ୍ରଣା ଓ ଝାଡ଼ା ସମସ୍ୟା ଦେଖା ଅଧିକ ଦେଖା ଯାଉଛି ।
* ଛୋଟ ପିଲାଙ୍କ ମଧ୍ୟରେ କରୋନା ଲକ୍ଷଣ –
ବର୍ତ୍ତମାନ୍ ଛୋଟ ପିଲାଙ୍କ ମଧ୍ୟରେ ଅଧିକ କରୋନା ସଂକ୍ରମିତ ହେବାର ସୂଚନା ମିଳୁଛି । ଯେ କୌଣସି ଭାଇରାଲ ସଂକ୍ରମଣ ହେବା ଦ୍ଵାରା ଝାଡ଼ା ବାନ୍ତି ସମସ୍ୟା ଦେଖା ଦେଇଥାଏ । ଏହା ସହିତ ପେଟ ଯନ୍ତ୍ରଣା ସମସ୍ୟା ମଧ୍ୟ ଦେଖା ଦେଇଥାଏ ।
* ଏହିସବୁ ଲକ୍ଷଣ କୁ ମଧ୍ୟ ଧ୍ୟାନ ରଖିଚୁ –
କରୋନା ସଂକ୍ରମଣ ସମୟରେ ଜ୍ଵର, ଥଣ୍ଡା, କାଶ, କଫ , ମୁଣ୍ଡ ବିନ୍ଧା ଓ ଦୁର୍ବଳ ଲାଗିବା ସମସ୍ୟା ଦେଖା ଦେଇଥାଏ । ଡାକ୍ତର ମାନଙ୍କ ସୂଚନା ଅନୁସାରେ ଓମୀ କ୍ରାନ୍ ର BA 2 ଭାରିଏଣ୍ଟ ରୁ ସଂକ୍ରମିତ ଲୋକଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ଦେଖା ଯାଇଥାଏ । ଏହା ସହିତ ରାତିରେ ନିଦ ନହେବା, ମନ ବ୍ୟସ୍ତ ଲାଗୁଛି, ତେବେ ଏହି ଗୁଡ଼ିକ କରୋନା ପରର ଲକ୍ଷଣ ଅଟେ ।
* କରୋନା ଲକ୍ଷଣ ଦେଖାଯିବା ଦ୍ଵାରା କରନ୍ତୁ ଏହି କାମ –
ଡାକ୍ତର ମାନଙ୍କ ସୂଚନା ଅନୁସାରେ ବର୍ତ୍ତମାନ୍ ଆପଣ କରୋନା ଲକ୍ଷଣ ଦେଖା ଯିବା ଦ୍ଵାରା ଆପଣ ନିଜର ପ୍ରଥମ କରୋନା ଟେଷ୍ଟ କରାନ୍ତୁ । ପଜିଟିଭ ବାହାରିବା ଦ୍ଵାରା କୋଭିଡ ପ୍ରୋଟୋକଲ କୁ ଫଲୋ କରି ଓ ନିଜକୁ ଆଈଶୋଲେସନ୍ ରେ ରଖନ୍ତୁ ।

Leave A Reply