ଆମ ଶରୀରର ଗୋଟିଏ ମହତ୍ଵପୁର୍ଣ ଅଙ୍ଗ ହେଉଛି ଫୁସ୍ଫୁସ l କାରଣ ଫୁସ୍ଫୁସ ଯଦି ଖରାପ ହୋଇଯାଏ ତେବେ ଶରୀରକୁ ଶୁଦ୍ଧ ଅକ୍ସିଜେନ ମିଳିବାରେ ବାଧା ଉପୁଜି ଥାଏ l କରୋନା ମହାମାରୀ ସମୟରେ ଆମେ ସମସ୍ତେ ଜାଣି ପାରିଲେ ଯେ ଫୁସଫୁସ କୁ ସୁରକ୍ଷିତ ରଖିବା କେତେ ଆବଶ୍ୟକ l ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଫୁସ୍ଫୁସ ଯଦି ସଂକୁଚିତ ହୋଇଯାଏ ତେବେ ଶ୍ୱାସକ୍ରିୟା ପାଇଁ ଅସୁବିଧା ହୋଇଥାଏ l ଫୁସ୍ଫୁସ କୁ ସୁରକ୍ଷିତ ରଖିବା ପାଇଁ ଧୁମ୍ରପାନ, ପ୍ରୋସେସ ମିଟ, ଚିନି ଯୁକ୍ତ ପାନୀୟ, ମଦ ଓ ତମ୍ବାଖୁ ଠାରୁ ଦୁରେଇ ରହିବା ଉଚିତ l
କଣ ମତ ଦେଇ ଥାଆନ୍ତି ଗବେଷକ ମାନେ –
ଆମେ ନୀତିଦିନ ବ୍ୟବହାର କରୁଥିବା କିଛିଟା ଏପରି ଜିନିଷ ରହିଛି ଯାହା ଫୁସ୍ଫୁସ କୁ ଦୁର୍ବଳ କରି ଦେଇଥାଏ l ଆପଣଙ୍କୁ ସେହିସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ l
ଏହିସବୁ ଜିନିଷ ଠାରୁ ରଖନ୍ତୁ ଦୂରତା :
– ଲୁଣ – ଲୁଣ ଶରୀର ପାଇଁ ଜରୁରୀ ଅଟେ l କିନ୍ତୁ ଗୋଟିଏ ନିର୍ଦ୍ଧିଷ୍ଟ ସୀମିତ ମାତ୍ରାରେ ଲୁଣ ସେବନ କରିବା ଶରୀର ପକ୍ଷରେ ହିତକର l ଅଧିକ ମାତ୍ରା ରେ ଲୁଣ ସେବନ ଫୁସ୍ଫୁସ ପକ୍ଷରେ କ୍ଷତିକାରକ l
– ଚିନି ଯୁକ୍ତ ପାନୀୟ – ଫୁସ୍ଫୁସ ପାଇଁ ଚିନି ଯୁକ୍ତ ପାନୀୟ କ୍ଷତିକାରକ ହୋଇଥାଏ l କାରଣ ଏହି ପାନୀୟ ଗୁଡିକ ଥଣ୍ଡା ହୋଇଥାଏ ଓ ଯାହା ବୟସ୍କ ମାନଙ୍କୁ ବ୍ରୋଙ୍କାଇଟିସ ସମସ୍ୟାରେ ଗ୍ରାସିତ କରିଥାଏ l ଆପଣ ଏପରି ସ୍ଥିତି ରେ ସାମାନ୍ୟ ପାଣି ସେବନ କରନ୍ତୁ l
– ପ୍ରୋସେସ ମିଟ – ଏହା ଫୁସ୍ଫୁସ ପାଇଁ ଆଦୌ ହିତକର ନୁହେଁ l ଏହାକୁ ପ୍ରିଜର୍ଭ କରିବା ପାଇଁ ନାଇଟ୍ରାଇଟ ନାମକ କେମିକାଲ ମିଶା ଯାଇଥାଏ l ଯାହାଦ୍ୱାରା ଫୁସ୍ଫୁସ ରେ ଉତେଜନ ଶୃଷ୍ଟି ହୋଇଥାଏ l
– ଡାଏରୀ ପ୍ରଡକ୍ଟସ – ଆବଶ୍ୟକତା ଠାରୁ ଅଧିକ ଡାଏରୀ ପ୍ରଡକ୍ଟସ ଶରୀର ପକ୍ଷରେ କ୍ଷାତକାରକ ଅଟେ l ବିଶେଷ ଭାବରେ ଏହା ଫୁସ୍ଫୁସ କୁ ପ୍ରଭାବିତ କରିଥାଏ l
– ଅତ୍ୟଧିକ ମଦ୍ୟପାନ – ମଦ ଫୁସ୍ଫୁସ ପାଇଁ କ୍ଷତିକାରକ ଅଟେ l ଏଥିରେ ଥିବା ସଲଫାଇଟ ଆସ୍ଥମା ଲକ୍ଷଣ କୁ ବଢ଼ାଇ ଥାଏ l ମଦ ରେ ଥିବା ଇଥେନଲ ଫୁସ୍ଫୁସ ପାଇଁ ଅଧିକ କ୍ଷତିକାରକ ହୋଇଥାଏ l