ନୂଆଦିଲ୍ଲୀ : ଦିଲ୍ଲୀରେ ବଢୁଥିବା କରୋନା ମାମଲା ମଧ୍ୟରେ ନିୟମ ଆଉଥରେ କଡାକଡି ହୋଇ ଯାଇଛି l ବର୍ତମାନ ର ସ୍ଥିତି କୁ ନେଇ ମାସ୍କ ପିନ୍ଧିବା ର ନିଷ୍ପତି ଅନିର୍ବlଯ୍ୟ କରାଯାଇଛି l ମାସ୍କ ନ ପିନ୍ଧିଲେ ୫୦୦ ଟଙ୍କା ଜୋରିମାନା ଦେବାକୁ ପଡିବ l
କରୋନା ମାମଲାରେ ପ୍ରତିଦିନ ବଢୁଥିବା ଚିହ୍ନଟ ସଂଖ୍ୟାକୁ ଆଖି ଆଗରେ ରଖି ମାସ୍କ ଜରୁରୀ ହୋଇ ପଡିଛି l ବର୍ତମାନ ଦିଲ୍ଲୀ ସରକାର ଙ୍କ ପକ୍ଷରୁ ଗୋଟିଏ ନୂଆ SOP ଜାରି କରାଯାଇଛି l ଯେଉଁଥିରେ କୋଭିଡ ପ୍ରୋଟୋକଲ କୁ ମାନିବା ବାଧ୍ୟତା ମୂଳକ ଅଟେ l କିନ୍ତୁ ଏହି ବୈଠକରେ ସ୍କୁଲ ଗୁଡିକ ଖୋଲା ରହିବ ବୋଲି ନିଷ୍ପତି ନିଆ ଯାଇଛି l ଯିଏ କେହିବି ମାସ୍କ ପିନ୍ଧି ନଥିବେ ତାଙ୍କ ପାଇଁ ୫୦୦ ଟଙ୍କା ଜୋରିମାନା ଦିଆଯିବ l ବର୍ତମାନ ବିଶେଷ ଭାବରେ ନୂଆ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି l ୧୧ ରୁ ୧୮ ଅପ୍ରେଲ ମଧ୍ୟରେ କରୋନା ସଂକ୍ରମଣ ୩ ଗୁଣା ବଢି ଯାଇଛି l
ବଢୁଥିବା ସଂକ୍ରମଣ କୁ ଦେଖି ବିଦ୍ୟାଳୟ ଗୁଡିକ ବନ୍ଦ କରାଯିବ ବୋଲି ନିଷ୍ପତି ନିଆ ଯିବାର ସୂଚନା ମିଳିବାକୁ ଆଶା କରାଯାଉ ଥିଲେ ମଧ୍ୟ ସେପରି କିଛି ଶୁଣିବାକୁ ମିଳି ନଥିଲା l ବର୍ତମାନ ଦେଶରେ ଦିଲ୍ଲୀ , ମହାରାଷ୍ଟ୍ର, ହରିୟାଣା, ମିଜୋରାମ ରେ ଅଧିକ ସଂକ୍ରମଣ ଦେଖିବାକୁ ମିଳୁଛି l