ଯେ କୌଣସି ତରକାରୀ ହେଉ ନା କାହିଁକି ତାର ସ୍ୱାଦ କୁ ଅଧିକ ବୃଦ୍ଧି କରିଦେଇ ଥାଏ ଧନିଆ ପତ୍ର l ସୁଗନ୍ଧ ରେ ଭରପୁର ଧନିଆ ପତ୍ର ଖାଦ୍ୟ ର ସ୍ୱାଦ ବଢାଇବା ସହ ଖାଦ୍ୟ କୁ ଅଧିକ ରୁଚିମନ୍ତ କରିଥାଏ l ଶୀତଦିନିଆ ଏହି ପତ୍ର ଟି ପ୍ରାୟ ସମସ୍ତଙ୍କ ର ପସନ୍ଦ l ବଜାରରେ ଆମେ ଯେତେବେଳେ ଛନଛନିଆ ଧନିଅପତ୍ର୍ ଦେଖି ଦେଇଥାଉ ମନର ଖୁସି କେତେ ମାତ୍ରାରେ ବଢି ଯାଇଥାଏ ତାହା କହି ହେବନି l
କଣ ଆଜ୍ଞା ଆପଣ ଜାଣିଛନ୍ତି କି ଏହି ଧନିଆ ପତ୍ର ପୋଷାକ ତତ୍ୱ ଓ ଔଷଧୀୟ ଗୁଣରେ ଭରପୁର ହୋଇଥାଏ l ଆସନ୍ତୁ ଜାଣିବା ଏହି ଧନିଆ ପତ୍ରର ଔଷଧୀୟ ଗୁଣ ବିଷୟରେ l
* ସତେଜ ଧନିଆ ପତ୍ର ମଧୁମେହ ରୋଗୀଙ୍କ ପାଇଁ ଖୁବ ଉପକାରୀ l ମଧୁମେହ ରୋଗୀ ମାନେ ନିୟମିତ ଧନିଆ ପତ୍ର ସେବନ କରିବା ଦ୍ୱାରା ରକ୍ତରେ ଇନ୍ସୁଲିନ ମାତ୍ରା ସନ୍ତୁଳିତ ରହିଥାଏ l ଗବେଷଣା ଅନୁସାରେ ଧନିଆ ପତ୍ରରେ ଆଣ୍ଟି ଡାୟବିଟିକ ଗୁଣ ରହିଛି l ଯାହା ମଧୁମେହ ରୋଗୀ ଙ୍କ ପାଇଁ ରାମ ବାଣ l
* ଧନିଆ ପତ୍ର ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ଖୁବ ହିତକର l ଯେଉଁମାନେ ଗ୍ୟାସ ଏସିଡିଟି ସମସ୍ୟାରେ ପ୍ରଭାବିତ ହେଉଛନ୍ତି ନିୟମିତ ଧନିଆ ପତ୍ରକୁ ପାଣି ରେ ସିଝାଇ ସେବନ କରନ୍ତୁ l
* ଧନିଆପତ୍ରରେ ପୋଟାସିୟମ, କ୍ୟାଲସିୟମ , ମଙ୍ଗାଣିଜ ଭଳି ଅନେକ ଖଣିଜ ପଦାର୍ଥ ରହିଛି l ତେଣୁ ନିୟମିତ ସେବନ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ସମସ୍ୟା ଦୂର ହୋଇଥାଏ l ଏହାଛଡା ରକ୍ତ ଚାପ ମଧ୍ୟ ସନ୍ତୁଳିତ ରହିଥାଏ l
* ଧନିଆପତ୍ର ଓଜନ ହ୍ରାସ ପାଇଁ ଗୋଟିଏ ଭଲ ମାଧ୍ୟମ ଅଟେ l 𝙽𝙲𝙱𝙸 ର ସୂଚନା ଅନୁଯାୟୀ ଧନିଆପତ୍ର ରେ କ୍ଵେରସେଟିନ ନାମକ ତତ୍ୱ ରହିଛି l କ୍ଵେରସେଟିନ ରେ ଆଣ୍ଟି ଅବେସିଟି ଗୁଣ ରହିଛି l ଯାହାଦ୍ୱାରା ସେବନ କଲେ ଓଜନ ହ୍ରାସ ଖୁବ ସହଜ ରେ ହୋଇଥାଏ l
* ଶୀତ ଋତୁରେ ବିଶେଷ ଭାବେ ଏନିମିଆ ସମସ୍ୟା ଓ ବିଭିନ୍ନ ପ୍ରକାର ସଂକ୍ରମଣ ଜନିତ ରୋଗ ର ସମସ୍ୟା ହୋଇଥାଏ l ତେଣୁ ଏହି ସବୁଥିରୁ ରକ୍ଷା ପାଇବା ପାଇଁ ଧନିଆପତ୍ର ଗୋଟିଏ ଭଲ ବିକଳ୍ପ ଅଟେ l ଏଣୁ ନିୟମିତ ଧନିଆପତ୍ର ଶୀତ ଋତୁରେ ସେବନ କରିବା ଜରୁରୀ l