Odisha news

ତୈଳ ଦର ବୃଦ୍ଧି ଓ ମହାନଦୀକୁ ନେଇ ବିଜେଡି-ବିଜେପି ପେଣ୍ଡୁଲମ୍ ପଲିଟିକ୍ସ ବନ୍ଦ କରନ୍ତୁ: କଂଗ୍ରେସ

0

ଭୁବନେଶ୍ୱର,୩୧ ଅଗଷ୍ଟ – ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ତୈଳକୁ ନେଇ ରାଜନୀତି କରିବା ବଦଳରେ ଦେଶ ଓ ରାଜ୍ୟବାସୀଙ୍କୁ କମ୍ ଦରରେ ତେଲ ଯୋଗାଇ ଦେବାକୁ କଂଗ୍ରେସ ଦାବି କରିଛି । ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ଉଭୟ ଦଳ ପେଣ୍ଡୁଲମ୍ ପଲିଟିକ୍ସ ନ କରି ମାଟି ସ୍ୱାର୍ଥରେ ରାଜନୀତି କରିବାକୁ ପରାମର୍ଶ ଦେଇଛନ୍ତି । ଆର୍ନ୍ତଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଥିଲେ ହେଁ କେନ୍ଦ୍ର ଏବଂ ରାଜ୍ୟ ଉଭୟ ବ୍ୟକ୍ତିଗତ ଟିକସ ଯୋଡିକରି ବର୍ଦ୍ଧିତ ମୂଲ୍ୟରେ ଗ୍ରାହକମାନଙ୍କୁ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ବିକ୍ରି କରୁଥିବାରୁ ଏହାକୁ ଶ୍ରୀ ନାୟକ ଦୃଢ ନିନ୍ଦା କରିଛନ୍ତି । ୟୁପିଏ ସରକାରଙ୍କ ସମୟରେ ତୈଳ ଦର ଯଥେଷ୍ଟ ଆୟତରେ ଥିଲାବେଳେ ବର୍ତମାନ ଏନ୍ଡିଏ ସରକାରଙ୍କ ସମୟରେ ସର୍ବକାଳୀନ ତୈଳ ଦର ରେକର୍ଡ ଟପିଛି । ଆମ ରାଜ୍ୟର ଉପାନ୍ତ ଜିଲ୍ଲାଗୁଡିକରେ ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରୁ ଅଧିକ ହୋଇଥିଲା ବେଳେ ଗରିବଙ୍କ ଉପରେ ଏହାର ମହଙ୍ଗାମାଡ ଅଧିକ ଜଟିଳ କରିଛି । ରାଜ୍ୟ ସରକାର ପେଟ୍ରୋଲ, ଡିଜେଲ ଉପରେ ଲଗାଉଥିବା ଅଧିକ ଟିକସକୁ କମ୍ କରିବା ସହିତ କେନ୍ଦ୍ର ସରକାର ଯେଉଁ ପରିମାଣର ଟିକସ ଲଗାଉଛନ୍ତି ସେଥିରେ ଲଗାମ ଦେବା ଦରକାର । ସେହିପରି ଉଭୟ ବିଜେଡି ଏବଂ ବିଜେପି ସରକାର ମହାନଦୀକୁ ନେଇ ଯେପରି ଭାବେ ପେଣ୍ଡୁଲମ୍ ପଲିଟିକ୍ସ ଆପଣେଇଛନ୍ତି ସେଥିରୁ ନିବୃତ ରହି ପାର୍ଟି ସର୍ବସ୍ୱ ନହୋଇ ମାଟି ପାଇଁ ଚିନ୍ତା କରିବାର ଦରକାର ବୋଲି ଶ୍ରୀ ନାୟକ କହିଛନ୍ତି ।

Leave A Reply