Odisha news

କଂଗ୍ରେସ ର ନିର୍ବାଚନୀ  ଗ୍ୟାରେଣ୍ଟି ନେଇ ସାମ୍ବାଦିକ ସମ୍ମିଳନୀ                

0

ନୂଆପଡ଼ା -୨୩/୦୩ ସକାଳ ଖବର (ସୁରେନ୍ଦ୍ର ତିୱାରୀ) ଆଜି ନୂଆପଡା ଜିଲ୍ଲା ସଦର ମହକୁମା ଠାରୁ ୫ କିଲୋମିଟର ଦୂରରେ ଅବସ୍ଥିତ ସିଲଦା ଗ୍ରାମ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ଦଳୀୟ ନିର୍ବାଚନୀ ଇସ୍ତାହାର ଓ ଗ୍ୟାରେଷ୍ଟି ଘୋଷଣା କୁ ନେଇ ନିର୍ବାଚନ ମଇଦାନ ରେ କଂଗ୍ରେସର ଓହ୍ଲାଇବ ବୋଲି ରାଜ୍ୟ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଥିଲେ । ଦୀର୍ଘ ୨୪ ବର୍ଷ ବିଜେଡ଼ି ଶାସନ କାଳରେ ଯାହା କରି ପାରି ନାହିଁ ତାହା କଂଗ୍ରେସ  ସରକାର ଗଠନ ପରେ କରିବ ବୋଲି ଜନତାଙ୍କୁ ଆହ୍ବାନ କରିଛନ୍ତି। ୧୦ ଗୋଟି ଗ୍ୟାରେଣ୍ଟି ଉପରେ ଆଲୋକପାତ କରି କଂଗ୍ରେସର କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରକାଶ କରିଛନ୍ତି। କଂଗ୍ରେସ ଶାସନ କୁ ଆସିଲେ ୫ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତ ବ୍ୟବସ୍ଥା ସହ ୩ହଜାର୍ ଟଙ୍କା ବେକାରୀ ଭତ୍ତା ପ୍ରଦାନ,କୃଷି ଋଣ ଛାଡ, ବୋନସ ସହ ଧାନ ର  କ୍ଵିଣ୍ଟାଲ ପିଛା ୩ ହଜାର ଟଙ୍କା ବୃଦ୍ଧି ଓ ମାସିକ ୨ ହଜାର ଟଙ୍କା କୃଷକ୍ ଭାଇଙ୍କୁ ପେନସନ ଲାଗୁ, ବିଜୁଳି ୨୦୦ ୟୁନିଟ ପର୍ଯ୍ୟନ୍ତ ମୁକ୍ତ, ପ୍ରତ୍ୟେକ ପରିବାର ମୁଖ୍ୟ ମହିଳାଙ୍କୁ ଗୃହଲକ୍ଷ୍ମୀ ଯୋଜନା ରେ ଦୁଇ ହଜାର ଟଙ୍କା ଲେଖାଏ, ଏବଂ ଆଦିବାସୀ ମହିଳାଙ୍କୁ ତିନି ହଜାର ଟଙ୍କା ସହାୟତା, ଗ୍ୟାସ ରେ ପାଞ୍ଚ ସହ ଟଙ୍କା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଋଣ ମାଫ, ସରକାରୀ କର୍ମଚାରୀ ଙ୍କ ସମସ୍ତେ ନାଗରିକଙ୍କୁ ପଚିଶ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଘୋଷଣା କରିଛନ୍ତି।୧୦୦ ଦିନ ମଧ୍ୟରେ ଜାତି ଭିତ୍ତିକ ଗଣନା, ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା, ଚିଟଫଣ୍ଡ ପ୍ରଭାବିତ ଜମାକାରୀମାନଙ୍କୁ ୬ ମାସ ମଧ୍ୟରେ ସୁଧ ସହ ଜମାରାଶି ଫେରସ୍ତ,ଆଦିବାସୀ ଓ ଦଳିତଙ୍କର ନିଜ ଜମି ଓ ଜଙ୍ଗଲ ଜମି ଉପରେ ସଂପୂର୍ଣ୍ଣ ଅଧିକାର, ୧୦୦ ଦିନ ମଧ୍ୟରେ ପେଶା ଆଇନକୁ କଡାକଡି ଭାବରେ ଲାଗୁ କରିବା ଭଳି ୧୦ ଗୋଟି ପ୍ରମୁଖ ଗ୍ୟାରେଣ୍ଟି  ଇସ୍ତାହାର ରେ ଉଲ୍ଲେଖ ରହିଛି। ଉପରୋକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ଆଜାଦ, ଭରତ ଲାଲ ରାଉତ,ଅଭୟ ଯୋଶୀ,ଦେବଦତ୍ତ ଦୀକ୍ଷିତ, ଭୋଲା ପ୍ରଧାନ,  ଓ ଜଗଦୀଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Nalco

Leave A Reply