ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ କଂଗ୍ରେସ ଦଳ ନିଜର ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ଆସାମ, ମଧ୍ୟପ୍ରଦେଶ ଓ ରାଜସ୍ଥାନର ପ୍ରାର୍ଥୀଙ୍କୁ ମିଶାଇ ମୋଟ ୪୩ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ଏହି ତାଲିକାରେ ୩ ଜଣ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କୁ ମଧ୍ୟ ଟିକେଟ ଦିଆଯାଇଛି । ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନର ବର୍ତ୍ତମାନର ସାଂସଦ ନକୁଲ ନାଥଙ୍କୁ ମଧ୍ୟ କଂଗ୍ରେସ ପୁଣି ଥରେ ଟିକେଟ ଦେଇଛି । ଗତକାଲି ନୂଆଦିଲ୍ଲୀରେ ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କଂଗ୍ରେସ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମ ଉପରେ ସହମତି ହୋଇଥିଲା।