ଆଜି ହେଉଛି ରଙ୍ଗର ପର୍ବ ହୋଲି, ବଜାରରେ ବିଭିନ୍ନ ରଙ୍ଗର ପସରା ଦେଖିବାକୁ ମିଳୁଛି, ଦୋକାନ ଗୁଡିକ ପିଚକାରୀ ଓ ବିଭିନ୍ନ ରଙ୍ଗରେ ସଜ୍ଜିତ ହୋଇଛି, କିନ୍ତୁ ଏହି ରଙ୍ଗ ମାନଙ୍କ ମଧ୍ୟରେ କିଛି ଏଭଳି ରଙ୍ଗ ରହିଛି ଯାହା ଜୀବନ ପ୍ରତି ବିପଦ ପୁର୍ଣ, ସେହି ରଙ୍ଗ ଗୁଡିକ ହେଉଛି କେମିକାଲ ଯୁକ୍ତ ରଙ୍ଗ, ଯାହାକି ବିପଦପୂର୍ଣ୍ଣ ରୋଗ କୁ ବଢ଼ାଇ ଦେଇଥାଏ l ଏବଂ ଏହାଦ୍ୱାରା ଆକ୍ଷି ମଧ୍ୟ ଦୃଷ୍ଟି ହୀନ ହୋଇଥାଏ l କେବଳ ଏତିକି ନୁହେଁ ଏହି ରଙ୍ଗ ଦ୍ୱାରା ମୃତ୍ୟୁ ମଧ୍ୟ ହୋଇପାରେ, ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ବଜାରରେ ମିଳୁଥିବା ହର୍ବାଲ ରଙ୍ଗ ନାଁ ରେ କେମିକାଲ ରଙ୍ଗ ବିକ୍ରି ହେଉଛି l ଏଥିମଧ୍ୟରୁ ୩ଟି ରଙ୍ଗ ସିଧାସଳଖ ମୃତ୍ୟୁ ଆଡକୁ ଟାଣି ନେଇଥାଏ l
ଜୀବନ ପ୍ରତି ବିପଦ ଆଣିଥାଏ ହୋଲିର ତିନିଟି ରଙ୍ଗ –
୧ – ସିଲଭର କଲର –
ଏହା ସବୁଠୁ ଅଧିକ ବିପଦପୂର୍ଣ୍ଣ ରଙ୍ଗ, ଏହା ପକା ରଙ୍ଗ ହୋଇଥାଏ, ଏହି ରଙ୍ଗକୁ ଚମକଦାର କରିବା ପାଇଁ ଏଥିରେ ଏଲୁମିନିୟମ ବ୍ରମlଇଡ ମିଶ୍ରିତ କରାଯାଇଥାଏ l ଯାହାକି ସିଧାସଳଖ ସ୍କିନ କ୍ୟାନ୍ସର ର କାରଣ ହୋଇଥାଏ l ତେଣୁ ଏହି ରଙ୍ଗ ଠାରୁ ଦୁରେଇ ରୁହନ୍ତୁ l
୨ – ବ୍ରାଇଟ କଲର –
ବ୍ରାଇଟ କଲର ଦେଖିବାକୁ ଖୁବ ଆକର୍ଷଣ ଲାଗିଥାଏ, କିନ୍ତୁ ଏଥିରେ ହୋଲି ଖେଳିବା ଉଚିତ ନୁହେଁ, ଏହି ରଙ୍ଗରେ ଶୀଷା ଅର୍ଥାତ ଲେଡ ମିଶା ଯାଇଥାଏ, ଯାହାକି ସ୍କିନ ର ଏଲର୍ଜୀ କୁ ବଢ଼ାଇଥାଏ , ଏହାଦ୍ୱାରା ୮୦ ପ୍ରତିଶତ ପର୍ଯ୍ୟନ୍ତ ଏଲର୍ଜୀ ହେବାର ଆଶଙ୍କା ରହିଥାଏ l
୩ -ଡାର୍କ ଗ୍ରୀନ କଲର –
ଯଦି ହୋଲି ରେ ରଙ୍ଗ ଖେଳୁଛନ୍ତି ତେବେ ଡାର୍କ ଗ୍ରୀନ କଲର ଠାରୁ ଦୁରେଇ ରହିବେ, ବଜାରରେ ଏହି ରଙ୍ଗ ଖୁବ ପ୍ରବଳ ମାତ୍ରାରେ ମିଳିଥାଏ, ଏହି ରଙ୍ଗର ଅଭିର ମଧ୍ୟ ଖୁବ ବିକ୍ରୀ ହୋଇଥାଏ, ଏହା ଦେଖିବାକୁ ସୁନ୍ଦର ହୋଇଥାଏ, ତେଣୁ ଲୋକେ ଏହାକୁ ଖୁବ କିଣି ଥାଆନ୍ତି l ଏହି ରଙ୍ଗରେ କପର ସଲଫେଟ ମିଶା ଯାଇଥାଏ l ଯାହାକି ଆକ୍ଷି ରୋଗର କାରଣ ହୋଇଥାଏ l ଯଦି ଏହି ରଙ୍ଗ ଆକ୍ଷି ମଧ୍ୟକୁ ଚାଲିଯାଏ ତେବେ ଦୃଷ୍ଟି ହୀନ ହେବାର ଖୁବ ଆଶଙ୍କା ରହିଛି l
– ଚମକୁ ଥିବା ରଙ୍ଗ ଠାରୁ ଦୁରେଇ ରୁହନ୍ତୁ l
– ଡାର୍କ କଲର ବଦଳ ରେ ହାଲୁକା ରଙ୍ଗ ରେ ଖେଳନ୍ତୁ l
– ସାମାନ୍ୟ ପାଣି ନେଇ ରଙ୍ଗକୁ ଜାଣନ୍ତୁ l
– ଯଦି ରଙ୍ଗ କୌଣସି ସୁଗନ୍ଧ ମିଶ୍ରିତ ଆସୁଛି ତେବେ ଖେଳାନ୍ତୁ ନାହିଁ l