Odisha news

କୋଲେଷ୍ଟ୍ରଲ ବୃଦ୍ଧି ହେବା ଦ୍ୱାରା ନଖରେ ଦେଖା ଯାଇଥାଏ ଏହିସବୁ ସମସ୍ୟା, ତୁରନ୍ତ ଡାକ୍ତର ଙ୍କୁ ପରାମର୍ଶ କରନ୍ତୁ

0

ଆଜିକାଲିର ଜୀବନଶୈଳୀ, ଖାଦ୍ୟପେୟ ଓ ଫିଜିକାଲ ଆକ୍ଟିଭିଟି ର କମି ମଣିଷକୁ ଅନେକ ଗୁଡିଏ ରୋଗରେ ପ୍ରଭାବିତ ହେଉଛନ୍ତି l ଯାହାକି ଅନେକ ଙ୍କୁ ମୃତ୍ୟୁ ମୁଖକୁ ଟାଣି ନେଉଛି l  ସେଥି ମଧ୍ୟରୁ ଗୋଟିଏ ହେଲା କୋଲେଷ୍ଟ୍ରଲ l

ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେବା କାରଣରୁ ହାର୍ଟ ଆଟାକ, ହାଇ ବିପି ଓ ଷ୍ଟ୍ରୋକ ଭଳି ଗମ୍ଭୀର ସମସ୍ୟାରେ ପୀଡିତ ହେଉଛନ୍ତି l ସେଥିପାଇଁ ଏହାର ଲକ୍ଷଣ କୁ ଭୁଲ ରେ ମଧ୍ୟ ଅଣଦେଖା କରିବା ଉଚିତ ନୁହେଁ l

ସେହି କିଛି ଲକ୍ଷଣ ମଧ୍ୟରୁ ଗୋଟିଏ ହେଉଛି ନଖରେ ଦେଖା ଯାଉଥିବା ଲକ୍ଷଣ, ଆଜି ଆମେ ଜାଣିବା ହାଇ କୋଲେଷ୍ଟ୍ରଲ ରହିବା ଦ୍ୱାରା ନଖରେ ଦେଖା ଯାଉଥିବା ସମସ୍ୟା ବିଷୟରେ l

– ସ୍ୱାସ୍ଥ୍ୟ ବିଶେଷଜ୍ଞ ଙ୍କ ମତରେ ଶରୀରରେ ଯେତେବେଳେ ହାଇ କୋଲେଷ୍ଟ୍ରଲ ଦେଖା ଦେଇଥାଏ ସେତେବେଳେ ହାତ ଓ ଗୋଡ଼ ରେ ନଖ ହଳଦିଆ ଦେଖା ଯାଇଥାଏ l

– ଏହାଛଡା କୋଲେଷ୍ଟ୍ରଲ ସ୍ତର ବଢିବା ଦ୍ୱାରା ନଖ ମୋଟା ହୋଇଯାଇ ଥାଏ l ଯଦି ଆପଣଙ୍କ ନଖ ହଳଦିଆ ଦେଖା ଯାଉଛି ଓ ମୋଟା ହୋଇ ଯାଇଛି ତେବେ ଏହା ହାଇ କୋଲେଷ୍ଟ୍ରଲ ର ସମସ୍ୟା ହୋଇଥାଏ l

– ଏହାଛଡା ଶରୀରରେ କୋଲେଷ୍ଟ୍ରଲ ସ୍ତର ବୃଦ୍ଧି ହେବା ଦ୍ୱାରା ନଖ ଫାଟି ନଷ୍ଟ ହେବାକୁ ଲାଗିଥାଏ, ଏବଂ ଏହି ସମସ୍ୟା ଗମ୍ଭୀର ରୋଗର କାରଣ ହୋଇଥାଏ l ଏହିସବୁ ଲକ୍ଷଣ କୁ ଅଣଦେଖା ନକରି ସମୟ ଥାଉ ଥାଉ ଡାକ୍ତରଙ୍କୁ ପରାମର୍ଶ କରନ୍ତୁ l  ନଚେତ ଆପଣ ହାର୍ଟ ଆଟାକ, ଉଚ୍ଚ ରକ୍ତଚାପ ସମସ୍ୟା ରେ  ପଡି ପାରନ୍ତି l

Nalco

Leave A Reply