Odisha news

ନୀତି ଆୟୋଗ ବୈଠକରେ‌ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

0

ନୂଆଦିଲ୍ଲୀ/ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୀତି ଆୟୋଗ ବୈଠକରେ‌ ଯୋଗଦେବା ସହିତ ବିଭିନ୍ନ ଦାବି କରିଛନ୍ତି। ରାଜ୍ୟରେ ବନ୍ଦରଭିତ୍ତିକ ଶିଳ୍ପାଞ୍ଚଳ ପ୍ରତିଷ୍ଠା ଦାବି ପାଇଁ ସହାୟତା ଲୋଡ଼ିଛନ୍ତି। ଭଦ୍ରକ ଜିଲ୍ଲା ଧାମରା ଓ ଗଂଜାମ ଜିଲ୍ଲା ଗୋପାଳପୁରରେ ନିକଟରେ ଶିଳ୍ପାଞ୍ଚଳ ଗଠନ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪ହଜାର ୩ଶହ ଏକର ଜମି ହସ୍ତାନ୍ତର ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହାସହ ବିପର୍ଯ୍ୟୟ ଓ ଭିତ୍ତିଭୂମି ପ୍ରକଳ୍ପକୁ ତୁରନ୍ତ କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଦାବି କରାଯାଇଛି ।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅନ୍ତଃରାଜ୍ୟ ଅକ୍ଷୟ ଶକ୍ତି ପରିବହନ କରିଡର ପାଇଁ ପ୍ରସ୍ତାବ ରଖିଛନ୍ତି। ଟେଲିକମ, ଶକ୍ତି କ୍ଷେତ୍ରରେ ଭିତ୍ତିଭୂମି ପାଇଁ ମଧ୍ୟ ଦାବି କରିଛନ୍ତି। ଏଥିରେ ବ୍ୟାଙ୍କ ନଥିବା ପଞ୍ଚାୟତରେ ବ୍ୟାଙ୍କ ଓ ଏଟିଏମ୍ ଖୋଲିବାକୁ କେନ୍ଦ୍ରକୁ ସହାୟତା ମାଗିଛନ୍ତି। ଏହା ବ୍ୟତୀତ ରାଜ୍ୟରେ ରେଳ ସଂଯୋଗ ବଢ଼ାଇବା ସହ କାର୍ବନ ନିର୍ଗମନ କିପରି କମ୍ କରାଯାଇପାରିବ, ସେଥିପାଇଁ ସହାୟତା ଲୋଡ଼ିଛନ୍ତି। ପିଏମ୍ ଜନଜାମି ଯୋଜନାରେ ଆଦିବାସୀଙ୍କ ବିକାଶ, ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟ ପାଇଁ ଦାବି ହୋଇଛି।

Leave A Reply