କ୍ରିସମାସ ରେ କାହିଁକି ଉପହାର ଦିଆଯାଇ ଥାଏ, କଣ ରହିଛି ଏହା ପଛର ଇତିହାସ
କ୍ରିସମାସ ପର୍ବ ଈସାଈ ଧର୍ମର ଗୋଟିଏ ମୁଖ୍ୟ ପର୍ବ ଅଟେ, ଯାହା ବିଶ୍ୱର କୋଣ ଅନୁକୋଣ ରେ ଥିବା ପ୍ରତ୍ୟେକ ଈସାଈ ଧର୍ମାବଲମ୍ବୀ ଲୋକେ ପାଳନ କରିଥାଆନ୍ତି l ବିଶେଷ ଭାବରେ ଏହା ଛୋଟ ପିଲାଙ୍କ ପାଇଁ ଗୋଟିଏ ଖୁସିର ସମୟ , କାହିଁକି ନା ଏହି ସମୟ ରେ ବିଦ୍ୟାଳୟ ଠାରୁ ନେଇ ମଲ ଗୁଡିକ ଖୁବ ସୁନ୍ଦର ଭାବରେ ସାଜସଜ୍ଜା ହୋଇଥାଏ, ଛୋଟ ପିଲାଙ୍କୁ ଏହି ସମୟ ରେ ଉପହାର ମଧ୍ୟ ଦିଆଯାଇଥାଏ l
ଗୋଟିଏ ନିର୍ଦ୍ଧିଷ୍ଟ ବ୍ୟକ୍ତି ସାଂଟା କ୍ଲଜ ରୂପରେ ବେଶ ହୋଇ, ଛୋଟ ପିଲାଙ୍କୁ ଉପହାର ବାଣ୍ଟି ଥାଆନ୍ତି l ମାନ୍ୟତା ରହିଛି ଯେ କ୍ରିସମାସ ଦିନ ସାଣ୍ଟାକ୍ଲଜ ଉପହାର ବାଣ୍ଟି ଗରିବ ଙ୍କ ମୁଖରେ ହସ ଫୁଟାଇ ଥାଏ l କାହିଁକିନା ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକେ ଇଛା ରଖି ଥାଆନ୍ତି ଯେ ଏହି ଦିନଟିକୁ ପ୍ରତ୍ୟେକ ବ୍ୟକ୍ତି ହର୍ଷ ଉଲ୍ଲାସ ରେ ପାଳନ କରନ୍ତୁ l
କ୍ରିସମାସ ରେ ଉପହାର ଦେବାର ପରମ୍ପରା –
କ୍ରିସମାସ ରେ ଉପହାର ଦେବାର ପରମ୍ପରା ପ୍ରାଚୀନ ସଭ୍ୟତା ଅଟେ, ବିଶେଷ ଭାବରେ ଏହା ପ୍ରାଗଐତିହାସିକ ଯୁଗରୁ ଆରମ୍ଭ ହୋଇଛି, ଏହି ଉପହାର ଏଥିପାଇଁ ଦିଆଯାଇ ଥାଏ କାହିଁକି ନା ଲୋକଙ୍କ ମଧ୍ୟରେ ମୈତ୍ରୀପୁର୍ଣ ସମ୍ବନ୍ଧ ରହିବ l ରୋମାନ କାଳରେ ପୂର୍ବରୁ ନୂଆ ବର୍ଷରେ ଉପହାର ଦେବାର ପରମ୍ପରା ରହିଥିଲା l ରୋମାନ ମାନେ ଷ୍ଟ୍ରେନେ ନାମକ ଉପହାର ଦେଉଥିଲେ, ଏହି ଉପହାର ଷ୍ଟ୍ରେନିଆ ନାମକ ଦେବୀଙ୍କ ଉଦେଶ୍ୟରେ ଦିଆଯାଉ ଥିଲା, ଯିଏକି ସ୍ୱାସ୍ଥ୍ୟ ଓ ଶାରୀରିକ କଲ୍ୟାଣ ର ଦେବୀ ଅଟନ୍ତି l
ପୂର୍ବରୁ ପବିତ୍ର ବୃକ୍ଷ, କିମ୍ବା ଏହାର ଶାଖା ଉପହାର ଭାବରେ ଦିଆଯାଉ ଥିଲା, କିନ୍ତୁ ପରେ ପରେ ଏହି ଉପହାର ପ୍ରଥା ଗୋଟିଏ ଷ୍ଟାଇଲ ଭାବରେ ପ୍ରଚଳିତ ହେଲା l ଏହି ସମୟ ରେ ଲୋକେ ମଉଜ ମଜଲିସ କରି ଅଲଗା ଅଲଗା ଭାବରେ କ୍ରିସମାସ ପାଳନ କରିଥାଆନ୍ତି l