Odisha news

କ୍ରୀସମାସ କେଉଁ ଉପଲକ୍ଷେ ପାଳନ କରନ୍ତି ଇସାଈ ଧର୍ମର ଲୋକେ

0

ସମସ୍ତ ଧର୍ମ ର ନିଜସ୍ୱ ବିଶେଷତ୍ତା ଓ ପର୍ବ ପର୍ବାଣୀ ରହିଥାଏ l ସେହିଭଳି ଖ୍ରୀଷ୍ଟ ସମ୍ପ୍ରଦାୟ ର ମୁଖ୍ୟ ପର୍ବ ହେଉଛି କରିସ୍ମାସ l ଯାହାକି ପ୍ରତିବର୍ଷ ଡିସେମ୍ବର ମାସ ୨୫ ତାରିଖ ରେ ପାଳିତ ହୋଇଥାଏ l ଏହା ଇସାଈ ଧର୍ମ ର ଗୋଟିଏ ପ୍ରସିଦ୍ଧ ଓ ଲୋକ ପ୍ରିୟ ପର୍ବ l ଭାରତ ସହିତ ସାରା ବିଶ୍ୱରେ କ୍ରୀସ୍ ମାସ ପାଳିତ ହୋଇଥାଏ l ଏହି ସମୟରେ ଖ୍ରୀଷ୍ଟିଆନ ମାନଙ୍କ ଧର୍ମ ପୀଠ ଚର୍ଚ୍ଚ କୁ ରଙ୍ଗ ବେରଙ୍ଗ ଆଲୋକ ରେ ସୁସଜିତ କରାଯାଇ ଥାଏ l ଇସାଈ ଧର୍ମ ର ମାନ୍ୟତା ଅନୁସାରେ ଏହିଦିନ ପ୍ରଭୁ ଯୀଶୁ ଙ୍କ ଜନ୍ମ ଧରାପୃଷ୍ଠ ରେ ହୋଇଥିଲା l ଏବଂ ସେ ଦେବଦୂତ ସାଜି ପାପ ର ବିନାଶ ପାଇଁ ଅବତରଣ କରିଥିଲେ l

ପ୍ରଭୁ ଯୀଶୁ ମାରୀୟମ ଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିଥିଲେ l ମାନ୍ୟତା ରହିଛି ଯେ ମାରୀୟମ ଙ୍କୁ ଗୋଟିଏ ସ୍ବପ୍ନ ହୋଇଥିଲା l ଏହି ସ୍ବପ୍ନ ରେ ତାଙ୍କୁ ଈଶ୍ୱର ଙ୍କ ଦେବଦୂତ ଭାବରେ ଯୀଶୁ ଙ୍କୁ ସ୍ବପ୍ନ ଦେବାର ଈଶ୍ୱର ଙ୍କ ନିକଟରୁ ସୂଚନା ମିଳିଥିଲା l ଇସାଈ ସମ୍ପ୍ରଦାୟ ର ଲୋକେ ପ୍ରଭୁ ଯୀଶୁ ଙ୍କୁ ଈଶ୍ୱର ଙ୍କ ସନ୍ତାନ ବୋଲି କହି ଥାଆନ୍ତି l

ଡିସେମ୍ବର ୨୫ ତାରିଖ ଦିନ ଚର୍ଚ୍ଚ ଗୁଡିକ ଆଲୋକ ରେ ସୁସଜିତ ହେବା ସହ ପ୍ରାର୍ଥନା ସଭାର ଆୟୋଜନ ହୋଇଥାଏ l ଏବଂ ଯୀଶୁଖ୍ରୀଷ୍ଟ ଙ୍କ ବାଲ୍ୟ କାଳର ବିଭିନ୍ନ ଘଟଣା କୁ ମଧ୍ୟ ଆଲୋଚନା କରାଯାଇ ଥାଏ l ଆଜିର ଦିନ ରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ଲୋକେ ନୂତନ ପୋଷାକ ପିନ୍ଧି କେକ ଓ ଚକୋଲେଟ୍ ବାଣ୍ଟି ଥାଆନ୍ତି l

Leave A Reply