ଆଜିକାଲି ଅଧିକ ସାଉଣ୍ଡ ରେ ଗେମ ଖେଳିବା ଏବଂ ମୋବାଇଲ ଦେଖିବାକୁ ପସନ୍ଦ କରି ଥାଆନ୍ତି, କିନ୍ତୁ ଏହା ତାଙ୍କ ପାଇଁ ଗୋଟିଏ ବିପଦର ଘଣ୍ଟି ଅଟେ l ଯଦି ବି ପିଲାମାନେ ଅଧିକ ସାଉଣ୍ଡ ଦେଇ କୌଣସି ଗେମ ଖେଳୁଛନ୍ତି, ତେବେ ଖୁବ କମ ସାଉଣ୍ଡ ଦେଇ ଦେଖିବା ପାଇଁ ଅଭିଭାବକ କହିବା ଜରୁରୀ l ସେଥିପାଇଁ ସ୍କ୍ରିନ ଏକ୍ସରସାଇଜ ମଧ୍ୟ ନିହାତି ଆବଶ୍ୟକ l
– ନିକଟରେ କିଛି ଛୋଟ ପିଲାଙ୍କୁ ନେଇ ଗୋଟିଏ ଅଧ୍ୟୟନ ହୋଇଥିଲା, ଏବଂ ସେଥିରେ ଦେଖିବାକୁ ମିଳିଥିଲା ଯେ ଯେଉଁ ପିଲାମାନେ ଅଧିକ ସାଉଣ୍ଡ ଦେଇ ଗେମ ଖେଳୁଛନ୍ତି ତେବେ ସେମାନଙ୍କ ଶ୍ରବଣ ଜନିତ ସମସ୍ୟା ହୋଇଥାଏ l
– ଏହି ଅଧ୍ୟୟନ ରେ ଗବେଷକ ମାନେ କହିଥିଲେ ଯେ ପିଲାମାନେ ନିଜର ସ୍କ୍ରିନିଙ୍ଗ ଟାଇମ ଠିକ ରଖିବା ମଧ୍ୟ ଜରୁରୀ l ଅଧିକ ମୋବାଇଲ ଦେଖିବା ଏବଂ ଅଧିକ ଗେମ ଖେଳିବା ଦ୍ୱାରା ମଧ୍ୟ ଶ୍ରବଣ ଜନିତ ସମସ୍ୟା ହୋଇଥାଏ l
– ମାତା -ପିତା ଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବା ମଧ୍ୟ ଜରୁରୀ ଅଟେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ର ସୂଚନା ଅନୁସାରେ ଯେଉଁ ସମସ୍ୟା ୬୦ ବର୍ଷରୁ ଉର୍ଧ୍ଵ ବ୍ୟକ୍ତି ଙ୍କ ନିକଟରେ ଦେଖା ଯାଇଥାଏ, ତାହା ବର୍ତମାନ ଛୋଟ ପିଲାଙ୍କ ନିକଟରେ ଦେଖିବାକୁ ମିଳୁଛି l
– ଯଦି କୌଣସି ବ୍ୟକ୍ତି ଅଧିକ ଭଲ୍ୟୁମ ଦେଇ ଶୁଣୁଛି ତେବେ ଏହା ଜୀବନ ପ୍ରତି ମଧ୍ୟ ବିପଦର କାରଣ ହୋଇଥାଏ, ଏବଂ ରକ୍ତଚାପ ଓ ହାର୍ଟ ପାଇଁ ବିପଦ ର କାରଣ ମଧ୍ୟ ହୋଇଥାଏ l
– WHO ର ତଥ୍ୟ ଅନୁସାରେ ଯେଉଁ ବ୍ୟକ୍ତି ମାନେ ନିୟମିତ ଅଧିକ ଇଅର ଫୋନ ମଧ୍ୟ ବ୍ୟବହାର କରନ୍ତି ସେମାନେ ମଧ୍ୟ ଶ୍ରବଣ ଶକ୍ତି ଅସୁବିଧା ର ସମୁଖୀନ ହୋଇଥାଆନ୍ତି, ଅଧିକ ଭଲ୍ୟୁମ ଜୀବନ ପ୍ରତି ଅନେକ ବିପଦର କାରଣ ମଧ୍ୟ ଆଣିଥାଏ l