Odisha news

ନିଜ କିଶୋର ସନ୍ତାନ ଙ୍କୁ ନିହାତି ଶିଖାନ୍ତୁ ଏହିସବୁ କଥା , ଯାହା ତାଙ୍କୁ ଗଢି ତୋଳିବାରେ ସାହାଯ୍ୟ କରିବ

0

ସମସ୍ତ ମାତାପିତା ଚାହିଁ ଥାଆନ୍ତି ନିଜ ପିଲାକୁ ଭଲ ଶିକ୍ଷା ଦେଇ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ l ଏମିତିରେ ଖାଲି କୁହାଯାଇ ନଥାଏ ପିତାମାତା ନିଜ ସନ୍ତାନ ର ପ୍ରଥମ ଗୁରୁ l ପ୍ରତ୍ୟେକ ବୟସରେ ପିତାମାତା ଙ୍କ ରୋଲ ନିଜ ସନ୍ତାନ ମାନଙ୍କ ଜୀବନ ରେ ଅଲଗା ଅଲଗା ରହିଥାଏ l ଯେମିତି ଛୋଟ ବେଳେ ପିଲାଙ୍କୁ ରାସ୍ତା ଦେଖାଇ ଥାଆନ୍ତି ସେହିଭଳି ନିଜ ପିଲାର ଯୌବନ ଅବସ୍ଥା ଆସିଲେ ପିତାମାତା ଙ୍କ ଦାୟିତ୍ୱ କିଛି ଅଲଗା ହୋଇଯାଇ ଥାଏ l ତେଣୁ ଏହି କିଶୋର ଅବସ୍ଥାରେ ପ୍ରତ୍ୟେକ ମାତାପିତା ନିଜ ସନ୍ତାନ ଏପରି ୫ଟି କଥା ଶିଖାଇବା ଜରୁରୀ, ଯାହାକି ତାଙ୍କୁ ଜୀବନ ରେ ଜଣେ ସଦଗୁଣ ସମ୍ପର୍ଣ ବ୍ୟକ୍ତି ଭାବରେ ପ୍ରମାଣିତ କରିବ l

* ଯେତେବେଳେ ପୁଅ କିଶୋର ଅବସ୍ଥାରେ ପାଦ ଥାପିଥାଏ, ସେତେବେଳେ ପ୍ରତ୍ୟେକ ପିତାମାତା ନିଜ ସନ୍ତାନ କୁ ଶିଖାଇବା ଜରୁରୀ ଯେ ପ୍ରତ୍ୟେକ ନାରୀ ଙ୍କର ସମ୍ମାନ କରିବା ଜରୁରୀ l ସିଏ ମା ଭଉଣୀ ବାନ୍ଧବୀ ଯିଏ ବି ହୋଇଥାଉ ନ କାହିଁକି l ହିନ୍ଦୁ ଧର୍ମରେ ନାରୀଙ୍କୁ ଦେବୀ ଙ୍କ ସ୍ଥାନ ଦିଆଯାଇ ଥାଏ l

* ପିତାମାତା ପିଲାଙ୍କ ମଧ୍ୟରେ ଯେଉଁ ସଂସ୍କାର ଛୋଟ ବେଳରୁ ତାହା ତାଙ୍କ ଜୀବନକୁ ବାଟ ଦେଖାଇଥାଏ l ତଥାପି କିଶୋର ଅବସ୍ଥାରେ ପୁଅ ମାନଙ୍କର ଟିକିଏ ରୌଦ୍ର ରୂପ ସ୍ୱଭାବରେ ହୋଇ ଥାଆନ୍ତି l ସେହି ସମୟରେ ସେମାନେ ଠିକ ଭୁଲ ବାଛିବା ପାଇଁ ଅକ୍ଷମ ହୋଇ ଥାଆନ୍ତି l ଏପରି ସ୍ଥିତି ରେ ନିଜ ସନ୍ତାନ ପ୍ରତ୍ୟେକ ପିତାମାତା ଶିଖାଇବା ଜରୁରୀ ଯେ କିଭଳି ବଡ଼ ମାନଙ୍କୁ ଓ ଗୁରୁଜନଙ୍କୁ ସମ୍ମାନ କରିବେ l

* ସମୟ ବଦଳିବ ସହିତ ମଣିଷର ସ୍ୱଭାବରେ ମଧ୍ୟ ପରିବର୍ତନ ଆସିଥାଏ l ପ୍ରତ୍ୟେକ ଲୋକ ନିଜର ସ୍ୱାର୍ଥ ପାଇଁ ଅନ୍ୟକୁ ଅପମାନିତ କରିବା, ଅନ୍ୟକୁ ପ୍ରତାଡ଼ିତ କରିବା, ଅନ୍ୟର ତିରସ୍କାର କରିବା, ଭଳି ସ୍ଵଭାଵ ଦେଖାଯାଇ ଥାଏ l କିନ୍ତୁ ଏପରି ସ୍ଥିତିରେ ପ୍ରତ୍ୟେକ ମାବାପା ନିଜ ସନ୍ତାନ ମାନଙ୍କୁ ନିଜର କାର୍ଯ୍ୟ କୁ ନେଇ ସଚୋଟ ହେବା, ସମ୍ପର୍କ କୁ ନେଇ ସଚୋଟ ହେବା, ନିଜ ପ୍ରତିଷ୍ଠାନ ରେ ସଚୋଟ ହେବା ଇତ୍ୟାଦି ଶିଖାଇବା ଜରୁରୀ l ଯାହାଦ୍ୱାରା ପିଲାମାନେ ଗୋଟିଏ ସୁନ୍ଦର ଜୀବନ ଅତିବାହିତ କରିପାରିବେ l

* ଗୋଟିଏ ଭଲ ମଣିଷ ହେବା ପାଇଁ ଅନ୍ୟକୁ ସାହାଯ୍ୟର ହାର ବଢାଇବା ନିହାତି ଜରୁରୀ l ଯାହାକି ପ୍ରତ୍ୟେକ ମାତାପିତା ନିଜ ସନ୍ତାନ କୁ କିଶୋର ବୟସରେ ନିହାତି ଶିଖାଇବା ଜରୁରୀ l କାହିଁକି ନା ଅନ୍ୟକୁ ସାହାଯ୍ୟ କରିବା ଦ୍ୱାରା ନାରାୟଣ ଙ୍କ କୃପା ପ୍ରାପ୍ତ ହୋଇଥାଏ l ଏହା ମଧ୍ୟ କହିବା ଜରୁରୀ ଯେ ଆମେ ଯାହାକୁ ଗୋଟିଏ ସାହାଯ୍ୟ ର ହାତ ବଢାଇବା ଆମ ଆଡକୁ ୧୦୦ ଟି ସାହାଯ୍ୟର ହାତ ଆସିବ l

* ନିଜ ପିଲାକୁ ସମ୍ବେଦନଶୀଳ ହେବ ଶିଖାନ୍ତୁ l ଅନେକ ମାତାପିତା ଏହାକୁ ଠିକ ଭାବି ନଥାଆନ୍ତି l କିନ୍ତୁ ଏହା ସବୁଠୁ ଜରୁରୀ l ଯାହାଦ୍ୱାରା ପିଲାଟି ନିଜ ମନର ଭାବି ପ୍ରକାଶ କରିପାରିବ l ଏବଂ ନିଜ ଜୀବନ ସାଥି ସହିତ ଗୋଟିଏ ସୁନ୍ଦର ଜୀବନ ଅତିବାହିତ କରିପାରିବ l

Har Ghar Tiranga

Leave A Reply