Odisha news

ବର୍ଦ୍ଧିତ ପ୍ରଦୂଷଣ ଶିଶୁ ମାନଙ୍କର ଶାରୀରିକ ଓ ମାନସିକ ବିକାଶ ପାଇଁ ବିପଦପୂର୍ଣ୍ଣ : ରିସର୍ଚ୍ଚ

0

ବର୍ତମାନ ଜଳବାୟୁ ପ୍ରଦୂଷଣ ବିଶ୍ୱରେ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖା ଦେଇଛି l ପ୍ରତିବର୍ଷ ଋତୁ ପରିବର୍ତନ ହେବା ମାତ୍ରକେ ବାୟୁ ପ୍ରଦୂଷଣ ସମସ୍ୟା ଦେଖା ଯାଉଛି l ବାୟୁ ପ୍ରଦୂଷଣ ପାଇଁ ଅନେକ ଗୁଡିଏ କାରଣ ଦାୟୀ ରହୁଛି l ଯେପରିକି ଯାନବାହାନ, ବିଜୁଳୀ ଆଲୁଅର ଅତ୍ୟଧିକ ବ୍ୟବହାର, ଭାରତରେ ପ୍ରତ୍ୟେକ ପୂଜାପର୍ବ ରେ ବ୍ୟବହାର ହେଉଥିବା ଅତ୍ୟଧିକ ବାଣ ଓ ଫଟକା ର ଧୂଆଁ ଇତ୍ୟାଦି l କିନ୍ତୁ ଏମ୍ସ ର ଚିକିତ୍ସକ ମାନଙ୍କ ଦ୍ୱାରା ହୋଇଥିବା ରିସର୍ଚ୍ଚ ଅନୁସାରେ ପ୍ରଦୂଷଣ ଶିଶୁ ମାନଙ୍କର ଶାରୀରିକ ବିକାଶ ଓ ମାନସିକ ବିକାଶ କୁ ଗଭୀର ମାତ୍ରାରେ ପ୍ରଭାବିତ କରୁଛି l

* ଏହି ରିସର୍ଚ୍ଚ ରେ କୁହାଯାଇଛି ଯେ ଏୟାର ପଲ୍ୟୁସନ ଛୋଟ ପିଲାଙ୍କ ପାଇଁ ବିପଦପୂର୍ଣ୍ଣ ହୋଇଥାଏ, କାହିଁକି ନା ଛୋଟ ପିଲା ସ୍କୁଲ ଯାଇ ଥାଆନ୍ତି , ଖେଳିବାକୁ ବାହାରକୁ ଯାଆନ୍ତି ଯାହାଦ୍ୱାରା ସେମାନେ ବିଷାକ୍ତ ଜଳବାୟୁ ସଂସ୍ପର୍ଶ ରେ ଆସି ଥାଆନ୍ତି l

* ଏହି ପ୍ରଦୂଷଣ କାରଣରୁ ଛୋଟ ପିଲାମାନେ ନିମୋନିଆ, ଫୁସଫୁସ ଜନିତ ସମସ୍ୟା, ପ୍ରଶ୍ୱାସ ସମ୍ବନ୍ଧିତ ସମସ୍ୟା, ହାର୍ଟ ସମ୍ବନ୍ଧିତ ସମସ୍ୟା, ବ୍ରୋଙ୍କାଇଟିସ, ସାଇନସ ଓ ଆସ୍ଥମା ଭଳି ଗମ୍ଭୀର ରୋଗରେ ପୀଡିତ ହେଉଛନ୍ତି l ଏବଂ ପିଲା ମାନଙ୍କ ଫୁସଫୁସ ଦୁର୍ବଳ ହେବା ସହିତ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଉଛି l ଯାହାଦ୍ୱାରା ପିଲାମାନେ ଅତ୍ୟଧିକ ରୋଗରେ ପୀଡିତ ହେଉଛନ୍ତି l

* ଏମ୍ସ ର ବିଶେଷଜ୍ଞ ମତରେ ଶିଶୁ ମାନେ ବାରମ୍ବାର ରୋଗରେ ପୀଡିତ ହେବାଦ୍ବାରା ସେମାନଙ୍କ ମାନସିକ ବିକାଶ ହୋଇପାରୁ ନାହିଁ, କାହିଁକି ନା ଶାରୀରିକ ବିକାଶ ଉପରେ ନିର୍ଭର କରିଥାଏ ମାନସିକ ବିକାଶ l

* ସେଥିପାଇଁ ଏହି ଅଧ୍ୟୟନ ରେ କୁହାଯାଇଛି ଯେ ମାତାପିତା ନିଜ ଶିଶୁ କୁ ଏୟାର ପଲ୍ୟୁସନ ରୁ ରକ୍ଷା କରିବା ପାଇଁ ନିଜ ବଗିଚାରେ କିମ୍ବା ଘରର ବାଲକୋନୀ ରେ ବିଭିନ୍ନ ପ୍ରକାରର ଗଛ ଲଗାଇବା ଜରୁରୀ l

* ଯେତେବେଳେ ଆପଣଙ୍କ ପିଲା ବାହାରକୁ ଯାଉଛି ତାକୁ ମାସ୍କ ପିନ୍ଧାଇ ବାହାରକୁ ଛାଡ଼ନ୍ତୁ l ବାହାରକୁ ପଠାଇବା ପୂର୍ବରୁ ପାଣି ନିହାତି ପିଆନ୍ତୁ l ବାହାରୁ ଆସିବା ପରେ ଗରମ ପାଣି ର ବାମ୍ଫ ପ୍ରତିଦିନ ନାକ ବାଟେ ନିହାତି ନେବା ଜରୁରୀ l ଏହାଦ୍ୱାରା ଫୁସଫୁସ ସୁସ୍ଥ ରହିଥାଏ l ଶିଶୁ ର ଶାରୀରିକ ବିକାଶ ଓ ମାନସିକ ବିକାଶ ପାଇଁ ତା ଖାଦ୍ୟରେ ଭିଟାମିନ ସି ଓ ଜିଙ୍କ ଯୁକ୍ତ ହୋଜନ ନିହାତି ସାମିଲ କରିବା ଜରୁରୀ l

Leave A Reply