Odisha news

ଛୋଟ ପିଲାଙ୍କ ନିକଟରେ କାର୍ଡିଆକ ଆରେଷ୍ଟର କାରଣ : କିପରି କରିବେ ଶିଶୁ ଙ୍କ ସୁରକ୍ଷା 

0
ଆଜିକାଲି ବଡ଼ ମାନଙ୍କ ଭଳି ଛୋଟ ପିଲାଙ୍କ ନିକଟରେ ମଧ୍ୟ କାର୍ଡିଆକ ଆରେଷ୍ଟ ଦେଖିବାକୁ ମିଳୁଛି l କାର୍ଡିଆକ ଆରେଷ୍ଟ ସମସ୍ୟା ସେତେବେଳେ ଦେଖିବାକୁ ମିଳିଥାଏ ଯେତେବେଳେ ହାର୍ଟ ଅଚାନକ ଭାବରେ ରକ୍ତ ପମ୍ପ କରିବା ଶରୀରର ଅନ୍ୟ ଅଙ୍ଗକୁ ବନ୍ଦ କରିଦେଇଥାଏ l
ଛୋଟ ପିଲାଙ୍କ ନିକଟରେ କାର୍ଡିଆକ ଆରେଷ୍ଟ ର କାରଣ -:
– କିଛି ପିଲାଙ୍କ ନିକଟରେ ଛୋଟ ବେଳରୁ କିଛିଟା ଅସମାନ୍ୟତା ଦେଖିବାକୁ ମିଳିଥାଏ l ଯାହାକୁ କଞ୍ଜେନାଇଟଲ ହାର୍ଟ ଡ଼ିଫେକ୍ଟ ବୋଲି କୁହାଯାଇ ଥାଏ l ଏହି ଡ଼ିଫେକ୍ଟ କାରଣରୁ ହାର୍ଟ ରେ ସାମାନ୍ୟ ଭାବରେ ରକ୍ତ ପ୍ରବାହ ହୋଇପାରି ନଥାଏ ଓ କାର୍ଡିଆକ ଆରେଷ୍ଟ ସମସ୍ୟା ଦେଖିବାକୁ ମିଳିଥାଏ l ଏହି ଡ଼ିଫେକ୍ଟ କାରଣରୁ ହାର୍ଟ ରେ ସାମାନ୍ୟ ଭାବରେ ରକ୍ତ ପ୍ରବାହ ହୋଇପାରେ ନାହିଁ ଓ କାର୍ଡିଆକ ଆରେ ବିପଦ ବଢି ଯାଇଥାଏ l
– ଏହାଛଡା ଛୋଟ ପିଲା ବିଶେଷ ଭାବରେ ନବଜାତ ଶିଶୁ ମାନଙ୍କ ମଧ୍ୟରେ ପ୍ରଶ୍ୱାସ ସମ୍ବନ୍ଧୀୟ ରୋଗ ଯେପରିକି ନିମୋନିଆ କିମ୍ବା ବ୍ରାଂକାଇଟିସ ବିପଦ ଅଧିକ ରହିଥାଏ l ଯଦି ଏହା ଗମ୍ଭୀର ହୋଇଯାଏ ତେବେ ହାର୍ଟ ଉପରେ ଅଧିକ ପ୍ରଭାବ ପଡିଥାଏ ଓ କାର୍ଡିଆକ ଆରେଷ୍ଟ ହୋଇଥାଏ l
– ଅନେକ ସମୟରେ ନିଦ୍ରାରେ ଥିବା ସମୟରେ ନବଜାତ ଶିଶୁ ମାନଙ୍କର ମୃତ୍ୟୁ ହୋଇଯାଇ ଥାଏ , ଯାହାକୁ ସଡନ ଇମ୍ଫେକ୍ଟ ଡେଥ ସିଣ୍ଡ୍ରୋମ କୁହାଯାଏ l ବର୍ତମାନ ସୁଧା ଏହି ସିଣ୍ଡ୍ରୋମ ର ସଠିକ କାରଣ ଜଣପଡି ନାହିଁ l
– ଅନେକ ସମୟରେ ପିଲାମାନେ ଶୋଇଥିବା ବେଳେ ତାଙ୍କର ସମସ୍ତ ଅଙ୍ଗକୁ ଅକ୍ସିଜେନ ଠିକ ଭାବରେ ପହଂଚି ପାରେ ନାହିଁ ଯେଉଁ କାରଣରୁ କାର୍ଡିଆକ ଆରେଷ୍ଟ ହୋଇଥାଏ l
କାର୍ଡିଆକ ଆରେଷ୍ଟ ରେ କଣ କରିବେ ?
– ସର୍ବ ପ୍ରଥମେ ଆମ୍ବୁଲାନ୍ସ କୁ ଡାକି ଡାକ୍ତରଖାନା ନେବା ଜରୁରୀ l
– ଜୋରେ ପାଟି କରନ୍ତୁ ଓ ଦେଖନ୍ତୁ ଛୁଆ ଆପଣଙ୍କୁ ରେସପଣ୍ଡ କରୁଛି କି ନାହିଁ l
– ପିଲାକୁ ଚିତ କରି ଶୁଆଇ ଦେଇ ତାର ଛାତି କୁ ଜୋରେ ପ୍ରେସ କରିବାକୁ ଚେଷ୍ଟା କରନ୍ତୁ l
– ହାତ ପାଦରେ ମାଲିସ କରନ୍ତୁ l

Leave A Reply