Odisha news

ଯଦି ଆପଣ ଗୋଟିଏ ସନ୍ତାନ ର ଜନକ ତେବେ ନିହାତି ଏହିସବୁ କଥାକୁ ଜାଣିରଖିବା ଜରୁରୀ, ନଚେତ ଆପଣଙ୍କ ସନ୍ତାନ ହୋଇପାରେ ବିପଥଗାମୀ

0

ପ୍ରତ୍ୟେକ ପିତାମାତା ଇଛା କରିଥାଆନ୍ତି, ତାଙ୍କ ସନ୍ତାନ ଗୋଟିଏ ସୁଯୋଗ୍ୟ ସନ୍ତାନ ହେଉ l ଏବଂ ପିତାମାତାଙ୍କ ମାନସମ୍ମାନ ବୃଦ୍ଧି କରୁ l ସେଥିପାଇଁ ପିତାମାତା ନିଜ ସନ୍ତାନ ର ଖୁସି ପାଇଁ ସେହି ପ୍ରତ୍ୟେକ କାର୍ଯ୍ୟକୁ କରି ଥାଆନ୍ତି ଯାହାଦ୍ୱାରା ତାଙ୍କ ସନ୍ତାନ ଖୁସି ହେବ l କିନ୍ତୁ ଅନେକ ସମୟରେ ଅତ୍ୟଧିକ ସ୍ନେହ ଶ୍ରଦ୍ଧା ପିଲା ମାନଙ୍କୁ ନଷ୍ଟ କରିବାରେ ଏବଂ ବିଗାଡି ବାରେ ମଧ୍ୟ ସାହାଯ୍ୟ କରିଥାଏ l ବିଶେଷ ଭାବରେ ଅଭିଭାବକ ସେହି ସମୟ ରେ ଭୁଲି ଯାଆନ୍ତି ଯେ ଅନ୍ଧ ଭାବରେ ସ୍ନେହ ଆଦର କରିବା ସନ୍ତାନ କୁ ନଷ୍ଟ କରିଦେଇ ଥାଏ l

– ଯେଉଁ ମା ବାପାଙ୍କର ଗୋଟିଏ ସନ୍ତାନ ହୋଇ ଥାଆନ୍ତି , ସେଥିମଧ୍ୟରୁ କିଛିଟା ମାବାପା ପିଲାର ଭୁଲ ଦେଖିଲେ ମଧ୍ୟ ଆକ୍ଷି ବୁଜି ଚୁପ ରୁହନ୍ତି l ଭାବି ଥାଆନ୍ତି ପିଲା ବଡ଼ ହେଲେ ଶିଖିଯିବ l କିନ୍ତୁ ସମୟ ଗଡି ଚାଲିଥାଏ ଓ ପିଲାଟି ଏଭଳି ଗୋଟିଏ ବୟସ ରେ ପହଂଚି ଯାଇଥାଏ ଯେଉଁଠି ତାର ପ୍ରକୃତି ରେ କୌଣସି ପରିବର୍ତନ ଆସି ନଥାଏ ଏବଂ ସେ ନଷ୍ଟ ଦିଗକୁ ଗତି କରିଥାଏ l

– ପିଲାଙ୍କୁ ସଜାଡ଼ିବା ପାଇଁ ତାଙ୍କ ଭୁଲ କୁ ଦେଖି ଚୁପ ରହିବା କଦାପି ଉଚିତ ନୁହେଁ, ତୁରନ୍ତ ନିଜ ପିଲାଙ୍କୁ ଆକଟ କରିବା ଜରୁରୀ ଏବଂ ଭୁଲ ଠିକ ବୁଝାଇବା ଆବଶ୍ୟକ l ପିଲା ଯଦି ଭଲ କାମ କରୁଛି ତେବେ ତାକୁ ତୁରନ୍ତ ପ୍ରଶଂସା ମଧ୍ୟ କରିବା ଜରୁରୀ, ଯାହାଦ୍ୱାରା ପିଲାଟି ଠିକ ଭୁଲ ମଧ୍ୟରେ ଫରକ ଜାଣିପାରି ଥାଏ l

– ଯଦି ଆପଣଙ୍କ ସନ୍ତାନ ଗୋଟିଏ ସିଂଗିଲ ଚାଇଲଡ ତେବେ ତାକୁ ସମୟ ର ଆବଶ୍ୟକତା ଖୁବ ଅଧିକ ରହିଛି l ନିଜ ପିଲା ସହିତ କିଛିଟା ସୁନ୍ଦର ମୁହୂର୍ତ ସବୁ ମାବାପା ଅତିବାହିତ କରିବା ଜରୁରୀ l ଯାହାଦ୍ୱାରା ପିଲାଟି ଏକାକୀ ଅନୁଭବ କରିବ ନାହିଁ l

–  ନିଜ ପିଲାଙ୍କ ଆଗରେ ମାବାପା ସଂଯମତା ରଖିବା ଆବଶ୍ୟକ, କାହିଁକିନା ମାବାପା ଙ୍କ ବ୍ୟବହାର ଓ ଖରାପ ଅଭ୍ୟାସ ର ପିଲା ମାନଙ୍କ ଉପରେ ଗଭୀର ପ୍ରଭାବ ପଡିଥାଏ l ଯେପରିକି ଗୁରୁଜନ ଙ୍କ ଆଦର ସମ୍ମାନ, ଅତିଥିଙ୍କ ପ୍ରତି ଭଲ ବ୍ୟବହାର, ଘରର ସେବକ ଓ ସେବିକା ଙ୍କ ପ୍ରତି ସମ୍ମାନ ଓ କୋମଳ ବ୍ୟବହାର ଦେଖାଇବା ନିହାତି ପିଲା ଶିଖିବା ଛୋଟ ବେଳରୁ ଶିଖିବା ଆବଶ୍ୟକ l

Nalco

Leave A Reply