ଭୁବନେଶ୍ୱର: ଏଣିକି ନିୟମ ଭାଙ୍ଗିଲେ ଗିରଫ ହେବେ। ଓଡ଼ିଶା ଫେରୁଥିବା ପ୍ରବାସୀ ଅମାନିଆଙ୍କ ପାଇଁ ଏଭଳି କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ରାଜ୍ୟ ସରକାର। କ୍ୱାରେଣ୍ଟିନ ନିୟମ ନମାନିଲେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବା ନେଇ ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ।
ବାହାରୁ ଆସୁଥିବା ପ୍ରବାସୀ ବିଶୃଙ୍ଖଳିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ସଂପୃକ୍ତ ଅମାନିଆଙ୍କୁ ସରକାରୀ ସହାୟତା ପ୍ରଦାନ କରାଯିବ ନାହିଁ। ଏଥିସହ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଏହାଛଡ଼ା ବସ୍ରେ ଆସିବା ପୂର୍ବରୁ ପ୍ରବାସୀ ମାନେ ତଥ୍ୟ ଦେବେ।