Odisha news

ଛତ୍ରପୁର ରୁ  ୫ ୮ କେଜି ଗଂଜେଇ ଜବତ, ସ୍କୁଟି ସହ ଦୁଇ ଗିରଫ 

0
ଛତ୍ରପୁର,  ୨୯।୧  : ଛତ୍ରପୁର  ଷ୍ଟେସନରୋଡ଼ ଛକ ନିକଟରୁ ଅଚାନକ ଚଢ଼ଉ କରି ଏକ ସ୍କୁଟି ଯୋଗେ ଗଂଜେଇ ଚାଲାଣ ହେଉଥିବା ଗାଡି କୁ ଧରିଲା ଅବକାରୀ ବିଭାଗ l ଗଞ୍ଜାମ ଅବକାରୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ସୋମବାର ବିଶେଷ ସୂତ୍ରରୁ ଖବର ପାଇ   ଜିଲ୍ଲା ଅବକାରୀ ଭ୍ରାମ୍ୟମାଣ ଥାନା ପାକ୍ଷ ରୁ  ଏକ ସ୍କୁଟି  ଯୋଗେ ଗଂଜେଇ ଚାଲାଣ ହେଉଥିବା ଚଢ଼ଉ କରି କାବୁ କରିଥିଲା ଏହି ଟିମ l ଏହି ସ୍କୁଟି ରେ ଥିବା   ୫ ୮  କେଜି  ଗଂଜେଇ କୁ ଜବତ କରିବା ସହଦୁଇଜଣ ଙ୍କୁ ଗିରଫ କରିଥିଲା l ଜବତ ଗଂଜେଇ ର ଅନୁମାନ ଙ୍କ ମୂଲ୍ୟ ପ୍ରାୟ ଛଅ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି l ଗିରଫ ଦୁଇଜଣ ହେଲେ ବେଗୁନିଆପଡା ଅଂଚଳ ର ପ୍ରଦୀପ କୁମାର ସ୍ୱାଇଁ ଓ  ଶଙ୍କର ବେହେରା ବୋଲି ଜଣାପଡିଛି  l ଦୁହେଁ ଗଂଜେଇ   ଗଜପତି ରୁ ଭୁବନେଶ୍ୱର କୁ ଚାଲାଣ କରିବା ନିମନ୍ତେ ଉଦ୍ୟମ କରୁଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି l  ଏହି ଚଢ଼ାଉ ରେ ଜିଲ୍ଲା ଅବକାରୀ ଭ୍ରାମ୍ୟ ମାଣ ଥାନା ଏସ ଆଇ ସୂର୍ଯ୍ୟ ନାରାୟଣ ରଥ, ଏଏସଆଇ ରବୀନ୍ଦ୍ର ନାଥ ବିଶ୍ୱାଳ ଓ ବସନ୍ତ କୁମାର ମଲ୍ଲିକ, ସୁଜିତ ପ୍ରଧାନ, ଧନଞ୍ଜୟ ଦାସ, ରୀନା ରେଡ୍ଡୀ ଓ ମଧୁ ସୁଦନ ଯାନୀ ପ୍ରମୁଖ ସାମିଲ ଥିଲେ, 251/2024 ନଂ କେସ ରୁଜୁ କରି ଗିରଫ ଦୁଇଜଣ  ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି l
Har Ghar Tiranga

Leave A Reply