Odisha news

ଶିଶୁଶିକ୍ଷାରେ ଅଙ୍କଜ୍ଞାନ ଓ ଭାଷାଜ୍ଞାନ ଆଲୋଚନାଚକ୍ର 

0
ଛତ୍ରପୁର, 13/11:  ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ନୂତନ ଶିକ୍ଷା ନୀତିର ଅଙ୍କଜ୍ଞାନ ଓ ଭାଷାଜ୍ଞାନ  ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ରୂପେ କନିଷି ସ୍ଥିତ DPIASEC ର ପ୍ରଫେସର ବାବୁରାମ ପାଣି ଯୋଗ ଦେଇ ମୌଳିକ ସ୍ତର ରେ ଭାଷାଜ୍ଞାନ ଓ ଅଙ୍କଜ୍ଞାନ ସମ୍ବନ୍ଧରେ ମାର୍ଗଦର୍ଶନ କରିଥିଲେ।ପ୍ରଧାନାଚାର୍ଯ୍ଯ  ରବୀନ୍ଦ୍ରନାଥ ଦାଶ ଅତିଥିମାନଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ସଭାପତି  ଉପେନ୍ଦ୍ର ମହାନ୍ତି ଓ ସଂପାଦକ  ପଦ୍ମଚରଣ ସାହୁ ଉପସ୍ଥିତ ରହି ଆଲୋଚନାଚକ୍ର ରେ ଅଂଶଗ୍ରହଣ କରିଥିଲେ। ଅନ୍ୟମାନଙ୍କ ମଧ୍ଯ ରେ ସଂକୁଳ ପ୍ରମୁଖ ଡ କୁର୍ମା ରାଓ, ପ୍ରାନ୍ତର ଶିଶୁବାଟିକାର ଶୈକ୍ଷିକ ସଂଯୋଜକ ପ୍ରଦୀପ କୁମାର ମଲ୍ଲିକ,  ଡିଏଭି ସ୍କୁଲ ର ପ୍ରିନ୍ସିପାଲ  ଦୁର୍ଗା ପ୍ରସାଦ ସାହୁ, ଅଙ୍ଗନବାଡି ସୁପରଭାଇଜର ସୁମତି ଦାଶ ଏବଂ ଅନ୍ଯାନ୍ଯ କର୍ମୀ ଯୋଗଦେଇଥିଲେ।ଆଚାର୍ଯ୍ଯା ବି ସୁଶୀଳା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

Leave A Reply