Odisha news

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ବିଦ୍ୟାର୍ଥୀଙ୍କ କୃତିକାର୍ଯ୍ୟ : ଅଦରକାରୀ ଲୁହା ସାମଗ୍ରୀ ଦ୍ୱାରା ତିଆରି କଲେ ଡ଼ଃ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତୀ ଏବଂ ମିସାଇଲ,

                 ଡ଼ଃ କଲାମଙ୍କ ନାମରେ ନାମିତ ଗାର୍ଡେନ ର ହେଲା ଶୁଭ ଉଦଘାଟନ 

0
ଛତ୍ରପୁର, ୧୫/୧୦ : ରବିବାର ମିସାଇଲ ମ୍ୟାନ , ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡଃ ଏପିଜେ ଅବଦୁଲ କଲାମଙ୍କ ୯୨ତମ ଜନ୍ମ ବାର୍ଷିକୀ ଅବସରରେ   ସରକାରୀ ଶିଳ୍ପତାଲିମ ଅନୁଷ୍ଠାନ, ଛତ୍ରପୁର ପରିସରରେ  ସ୍ୱର୍ଗତ ଡ଼ଃ ଅବଦୁଲ କଲାମଙ୍କ ନାମରେ  ନାମିତ ଏକ ଗାର୍ଡେନ  ଉଦଘାଟିତ ହୋଇଯାଇଛି । ଏହା ସହିତ ବିଦ୍ୟାର୍ଥୀ ମାନଙ୍କ ଦ୍ୱାରା ଅଦରକାରୀ  ଲୁହା ସାମଗ୍ରୀ ରେ   ତିଆରୀ କରାଯାଇଥିବା ମିସାଇଲ ମ୍ୟାନ ଡ଼ଃ ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି  ଏବଂ  ମିସାଇଲ ର ମଧ୍ୟ ଶୁଭ ଉଦଘାଟନ କରାଯାଇଛି ।  ଏହାକୁ ଗଂଜାମ ଏସପି ଶ୍ରୀ ଜଗମୋହନ ମୀନା ( ଆଇପିଏସ ) ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ଉଦଘାଟନ କରିବା ସହିତ ସ୍ୱର୍ଗତ ଡ଼ଃ କଲାମଙ୍କ ପ୍ରତିମୂର୍ତ୍ତରେ ପୁଷ୍ପମାଲ୍ୟାର୍ପଣ କରିଥିଲେ । ଏହାସହିତ ତାଙ୍କ ସ୍ମୃତି ଚାରଣ କରିଥିଲେ ।  ଅନୁଷ୍ଠାନର ବିଦ୍ୟାର୍ଥୀ ମାନଙ୍କ ଏଭଳି କାର୍ଯ୍ୟ କୁ ସେ ପ୍ରଶଂସା କରିଥିଲେ ।  ଏହି ସମସ୍ତ କାର୍ଯ୍ୟର ପୂର୍ବ ପ୍ରସ୍ତୁତିର  ଏଲଇଡି ମାଧ୍ୟମରେ ଭିଡିଓ ଦେଖିଥିଲେ । ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଇଂ. ପ୍ରିୟବ୍ରତ ପଣ୍ଡା ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।
ସୂଚନା ଯୋଗ୍ୟ ଯେ  ଅନୁଷ୍ଠାନର ପ୍ରଶିକ୍ଷାର୍ଥୀ ମାନେ ପୂର୍ବରୁ  ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି, ଡାକୋଟା ବିମାନ ର ପ୍ରତିରୂପ ଏବଂ  ବ୍ୟାଟେରୀ ଚାଳିତ ଦୁଇ ଚକିଆ ଯାନ ନିମନ୍ତେ ସୋଲାର ସିଷ୍ଟମ ମାଧ୍ୟମରେ ଚାର୍ଜର ପ୍ରସ୍ତୁତ କରି ସଫଳତା ହାସଲ କରିଥିଲେ ।

Leave A Reply