ଛତ୍ରପୁର ୨୯/୦୯ : ସ୍ଥାନୀୟ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ନମନ କୁମାର ପାତ୍ର ବିଦ୍ୟାଭାରତୀଙ୍କ ଦ୍ବାରା ସୋର(ବାଲେଶ୍ବର) ଠାରେ ଆୟୋଜିତ କ୍ଷେତ୍ରୀୟ ଜ୍ଞାନ ବିଜ୍ଞାନ ମେଳାରେ(ସିକିମ, ଓଡିଶା,ପଶ୍ଚିମବଙ୍ଗ ଓ ଆଣ୍ଡାମାନ) ବିଜ୍ଞାନ ପ୍ରୟୋଗ ପ୍ରତିଯୋଗିତାରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ଯ ଆଚାର୍ଯ୍ଯା,ପ୍ରଧାନାଚାର୍ଯ୍ଯ, ପରିଚାଳନା ସମିତି,ସଂକୁଳ ପ୍ରମୁଖ ଓ ଛାତ୍ରଛାତ୍ରୀ ଅଭିନନ୍ଦନ ଜଣାଇଛନ୍ତି। ସେ ଆସନ୍ତା ନଭେମ୍ବର ୦୪ ତାରିଖ ଠାରୁ ଅମୃତସର, ପଞ୍ଜାବ ଠାରେ ଆରମ୍ଭ ହେବାକୁଥିବା ଅଖିଳ ଭାରତୀୟ ବିଜ୍ଞାନ ମେଳାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।