Odisha news

ଟିଟାନିୟମ କମ୍ପାନୀର କାର୍ଯ୍ୟରତ ସ୍ଥାୟୀ କର୍ମଚାରୀ ଙ୍କୁ ୩ମାସର ଦରମା ଟଙ୍କା ପ୍ରଦାନ କରିବା ଦାବୀ 

ଜମି ଦେଲୁ, ଶ୍ରମ ଦେଲୁ , କମ୍ପାନୀ ଗଢି ତୋଳିବା ନିମନ୍ତେ ସମ୍ପୂର୍ଣ୍ଣ ସହ ଯୋଗ କରିଥିଲୁ , ଶେଷ କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଅବହେଳା କଲା 

0
ଛତ୍ରପୁର, ୨୬/୯ : ଜମି ଦେଲୁ, ଶ୍ରମ ଦେଲୁ, କମ୍ପାନୀ ଗଢିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନୀ କର୍ତ୍ତୁପକ୍ଷ ଆମକୁ ଆମ ପରିଶ୍ରମର ପ୍ରାପ୍ୟ ଦେବାରେ ଅବହେଳା କରିଚାଲିଛି । ଏନେଇ ବାରମ୍ବାର କମ୍ପାନୀ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ । ଯାହା ଫଳରେ ଆଜି ଜିଲ୍ଲାଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି ଛତ୍ରପୁର ଉପକଣ୍ଠ ଟିଟାନିୟମ କମ୍ପାନୀର କାର୍ଯ୍ୟରତ ସ୍ଥାୟୀ କର୍ମଚାରୀ ମାନେ କହିଛନ୍ତି । ଟିଟାନୀୟମ କମ୍ପାନୀରେ କାର୍ଯ୍ୟରତ ସମସ୍ତ ସ୍ଥାୟୀ କର୍ମଚାରୀଙ୍କ ୩ ମାସର ଦରମା ସମେତ ବିଭିନ୍ନ ଦାବି ନେଇ ଟିଟାନୀୟମ ଭୂ-ବିସ୍ଥାପିତ କଲ୍ୟାଣ ସମିତି ପକ୍ଷରୁ ସଭାପତି ତଥା ଶ୍ରୀରାମ ଚନ୍ଦ୍ରପୁର ସମିତି ସଭ୍ୟ ଏସ୍‌. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଛତ୍ରପୁର ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓଙ୍କୁ ଭେଟି ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି ।୬ଜଣ ସିକ୍ୟୁରିଟ୍ ଗାର୍ଡ ରେ ଏତେ ବଡ କମ୍ପାନୀ ର ସୁରକ୍ଷା ହେବ । ଆମ୍ଭେ ମାନେ ଏହାକୁ ସୁରକ୍ଷା ଦେଇ ଆସୁଥିଲୁ । ଏଠାରେ କମ୍ପାନୀ ଗଢିତୋଳିବା ନିମନ୍ତେ ସମସ୍ତ ପ୍ରକାର ସାହାର୍ଯ୍ୟ କରିଥିଲୁ, ମାତ୍ର କମ୍ପାନୀର ବର୍ତ୍ତମାନ ଯିଏ ପ୍ରକଳ୍ପ ନିର୍ଦ୍ଦେଶକ ରହିଛନ୍ତି ସେ ମନଇଚ୍ଛା କାର୍ଯ୍ୟ କରିବା ସହିତ କର୍ମଚାରୀଙ୍କୁ ଅଣଦେଖା କରୁଛନ୍ତି ବୋଲି ମଧ୍ୟ ସଭାପତି ଶ୍ରୀ ରେଡ୍ଡୀ ଅଭିଯୋଗ କରିଛନ୍ତି । ଏହାସହିତ କମ୍ପାନୀରେ ଅସ୍ଥାୟୀ ଭାବେ ଦେଢଶହ ରୁ ଉର୍ଦ୍ଧ୍ୱ କର୍ମଚାରୀ କାର୍ଯ୍ୟ କରିଆସୁଥିବା ବେଳେ ତାଙ୍କୁ ଛଟେଇ କରାଯାଇଛି । ଏହାସହିତ ୩୦୦ ଜଣ ସ୍ଥାୟୀ କର୍ମଚାରୀଙ୍କ ୩ମାସର ଦରମା ଟଙ୍କା ପ୍ରଦାନ କରାଯାଇ ନାହିଁ ଏହାକୁ କେବେ ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ଆଗାମୀ ଦିନର ସ୍ଥାୟୀ କର୍ମଚାରୀଙ୍କ ହକ୍ ନିମନ୍ତେ ଲଢେଇ ଜାରୀ ରହିବ ବୋଲି ମଧ୍ୟ ଭୂ-ବିସ୍ଥାପିତ କଲ୍ୟାଣ ସମିତି ର ଉପସଭାପତି ବି.ଭେଙ୍କଟ ରାବଣା କହିଛନ୍ତି । ଦୀର୍ଘ ୭ ବର୍ଷ ଧରି କାର୍ଯ୍ୟରତ ଥିବା ପ୍ରାୟ ୩୦୦ ଜଣ କର୍ମଚାରୀଙ୍କୁ ଆଜକୁ ୩ ମାସ ହେଲା ସେମାନଙ୍କୁ ଦରମା ପ୍ରଦାନ କରାଯାଇ ନଥିବା ଯୋଗୁଁ ସେମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା କର୍ମଚାରୀ ମାନେ ଅଭିଯୋଗ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଭୂ-ବିସ୍ଥାପିତ କଲ୍ୟାଣ ସମିତି ର ସଭାପତି ଓ ଉପସଭାପତିଙ୍କ ସହ ସମ୍ପାଦକ ଲକ୍ଷ୍ମୀନାରାୟଣ ମହାରଣା, ଏସ.ତ୍ରିନାଥ ରେଡ୍ଡୀ, କେ.ସିମାଦ୍ରୀ ରେଡ୍ଡୀ, ରମେଶ ଚନ୍ଦ୍ର ପ୍ରଧାନ, ଆର ଦଣ୍ଡପାଣି ରେଡ୍ଡୀ, ସିଏଚ ଦାଶରଥୀ ରେଡ୍ଡୀଙ୍କ ସମେତ ବହୁ ସ୍ଥାୟୀ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଅନ୍ୟପଟେ କମ୍ପାନୀ କର୍ତ୍ତୁପକ୍ଷଙ୍କ ସହ ଏନେଇ ଆଲୋଚନା କରାଯିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ ।
Nalco

Leave A Reply