ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଗ୍ରାମପଞ୍ଚାୟତ ସାନଆର୍ଯ୍ୟପଲ୍ଲୀ ଓଡିଆରପି କଲୋନୀର ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ପଞ୍ଚାୟତ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ପଞ୍ଚାୟତ ସରପଞ୍ଚ ଏମ୍.ଲକ୍ଷ୍ମୀ ଆଜି ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉକ୍ତ ଓଡିଆରପି କଲୋନୀ ତଥା ସାନ ଆର୍ଯ୍ୟପଲ୍ଲୀସ୍ଥିତ ଗାନ୍ଧୀ ଛକ ଠାରୁ ଏନ୍. ନାନେୟା ଘର ପର୍ଯ୍ୟନ୍ତ ସାହିକୁ ଆଜିଠୁ ଆସନ୍ତା ୭ଦିନ ପାଇଁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହାସହ କୌଣସି ଜରୁରୀ ନଥିଲେ ଘରୁ ନବାହାରିବାକୁ କୁହାଯାଇଛି । ଏଥି ନିମନ୍ତେ ଏକ ବାରିକ୍ୟାଟେ ବାନ୍ଧି ଉକ୍ତ ଅଂଚଳକୁ ସରପଞ୍ଚଙ୍କ ସମେତ ପୂର୍ବତନ ନାଏବ ସରପଞ୍ଚଏମ୍.ଗୁମାଲୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁର୍ଯେ୍ୟାଧନ ମହାନ୍ତି , ଜିଆରଏସ ଜି. କାମରାଜୁ ଙ୍କ ଉପସ୍ଥିତରେ ସିଲ୍ କରାଯାଇଛି