ଛତ୍ରପୁର ୩/୬ : ସରକାରଙ୍କ ଫାଇଭ – ଟି ଯୋଜନା ଅଧିନରେ ସରକାରୀ ଉଚ୍ଚ ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟକ୍ରମ ଦୃତ ଗତିରେ ଆଗେଇ ଚାଲିଛି । ଗତ ବର୍ଷ ପ୍ରଥମ ପର୍ଯ୍ୟାୟ ବିଦ୍ୟାଳୟ ରୁପାନ୍ତରୀକରଣ ଯୋଜନାରେ ବିଭିନ୍ନ ସ୍କୁଲ କୁ ରୁପାନ୍ତରୀକରଣ କରାଯାଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୦ ହାଇସ୍କୁଲକୁ ରୁପାନ୍ତରୀକରଣ କରାଯାଇଛି । ସେଥି ମଧ୍ୟରୁ ଛତ୍ରପୁର ବ୍ଲକର ୮ ଟି ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଉଚ୍ଚ ବିଦ୍ୟାଳୟ, ଛତ୍ରପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କାଳିପଲ୍ଲୀ ଉଚ୍ଚ ବିଦ୍ୟାଳୟ, ସୁନ୍ଦରେଶ୍ୱର ଉଚ୍ଚ ବିଦ୍ୟାଳୟ, ବଡମାଧପୁର ସ୍ଥିତ ଧିରେଶ୍ୱର ବିଦ୍ୟାପୀଠ, ଚିକଲଖଣ୍ଡି ଉଚ୍ଚ ବିଦ୍ୟାଳୟ, ବଉଳଗାଁ ବିଦ୍ୟାଳୟ ଓ ନୋଳିଆ ନୂଆଗାଁ ୟୁଜି ହାଇସ୍କୁଲ ର ରୁପାନ୍ତରୀକରଣ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପରାହ୍ନରେ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିଛନ୍ତି । ଏହି ସମୟରେ ବିଦ୍ୟାଳୟ ପରିଚାଳନା କମିଟି,ଅଭିଭାବକ,ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଓ ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l