Odisha news

ଛତ୍ରପୁର ଏନଏସି ପକ୍ଷରୁ ପଂଚସୁତ୍ରି ନିୟମ ପାଳନ କରିବାକୁ ସଚେତନତା

0

ଛତ୍ରପୁର ୨୨/୨ : କରୋନା ର ଦ୍ୱିତୀୟ ପ୍ରବାହ କୁ ଦୃଷ୍ଟିିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ଥରେ କୋଭିଡ୍ ନିୟମକୁ କଡାକଡି ପାଳନ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ପୁଣି ଥରେ ଏକ ଏସଓପି ଜାରି କରିଛନ୍ତି । ସମସ୍ତେ ପୁଣି ଥରେ କୋଭିଡ୍ ନିୟମ ମାନିବା ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ନିଦେ୍ର୍ଦଶ ଅନୁଯାୟୀ ଛତ୍ରପୁର ଏନଏସି ର ଏକ ୫ ଜଣିଆ ଟିମ୍ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ପରିବା ମାର୍କେଟ, ମୁଖ୍ୟ ବଜାର ରାସ୍ତା, ଷ୍ଟେଟ ବ୍ୟାଙ୍କ ଛକ ଦେଇ ସହରର ବିଭିନ୍ନ ଦୋକାନ ବଜାର ବୁଲି ଦୋକାନୀ ମାନଙ୍କୁ ପଂଚସୁତ୍ରୀ ନିୟମ ପାଳନ କରିବା ଓ ନିଜ ଦୋକାନ ଠାରୁ ୫ ମିଟର ଦୂରରେ ପଡିଥିବା ଅଳିଆ ଆବର୍ଜନା କୁ ନିଜେ ସଫା କରିବା ଭଳି ବିଭିନ୍ନ କାର୍ଯ୍ୟ ଉପରେ ସଚେତନତା କରିଥିଲେ । ସହରର ବିଭିନ୍ନ ସ୍ଥାନରେ ଛତ୍ରପୁର ଏନଏସି ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ସହରର ସମସ୍ତ ଦୋକାନୀ ଏବଂ ଜନ ସାଧାରଣଙ୍କୁ ସଚେତନତା କରାଯାଇଛି ।

Leave A Reply