ଛତ୍ରପୁର, ୨୧/୧୨: ଛତ୍ରପୁର ଓକିଲ ସଂଘ ପକ୍ଷରୁ ସ୍ଥାନୀୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା, ଓକିଲ ସଂଘ ର ସଭାପତି ପ୍ରଦୀପ କୁମାର ପାଢ଼ୀ ଙ୍କ ପୌରହିତ୍ୟ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଅର୍ଦ୍ଧ ନିର୍ମିତ ସଭା ଗୃହ ଏବଂ ପାଠାଗାର ର କାର୍ଯ୍ୟ କୁ ବ୍ରହ୍ମପୁର ସାଂସଦ ଙ୍କ ସହ ଆଲୋଚନା କରି ତ୍ୱରାନ୍ୱିତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ, ଏହା ସହିତ ବିଧାୟକ ନିଜ ହାତ ପାଣ୍ଠି ରୁ ୫ଲକ୍ଷ ଟଙ୍କା ପ୍ରଦାନ କରିଥିବା ସଂଘ ର ସଭାପତି ସୂଚନା ଦେଇଥିଲେ, ଏହି ଅବସର ରେ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ନାରାୟଣ ସାମନ୍ତରାୟ ଓ ସୂର୍ଯ୍ୟ ନାରାୟଣ ରେଡ୍ଡୀ ବିଧାୟକ ଶ୍ରୀ ନାୟକଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ଓକିଲ ସଂଘ ର ସମ୍ପାଦକ ସୁରେଶ ପଟ୍ଟନାୟକ, ଉପସଭାପତି ଚୈତନ୍ୟ ପ୍ରଧାନ, ଯୁଗ୍ମ ସମ୍ପାଦକ ସମୀର ପାଣିଗ୍ରାହୀ, ଆସିଷ୍ଟାଣ୍ଡ ସେକ୍ରେଟାରୀ ଜିତୁନ ପାଢ଼ୀ, ଲାଇବ୍ରେରୀ ସେକ୍ରେଟାରୀ ବିଶ୍ୱ ଭୂଷଣ ପାଢ଼ୀ, କୋଷାଧ୍ୟକ୍ଷ ସଂଜୟ ବେହେରା, ସୁରେଶ ପଣ୍ଡା, ପଦ୍ମ ଚରଣ ସାହୁ, ବ୍ରଜ ମୋହନ ଆଚାର୍ଯ୍ୟ, ପି. ଧର୍ମା ରେଡ୍ଡୀ, ରାମକୃଷ୍ଣ ଦାଶ, ସୁଶାନ୍ତ ପଟ୍ଟନାୟକ, ଭୈରବୀ ପଟ୍ଟନାୟକ, ସୁରଜିତ ସାମନ୍ତରାୟ ଙ୍କ ସମେତ ଶତାଧିକ ଆଇନଜୀବୀ ମାନେ ଉପସ୍ଥିତ ଥିଲେ