Odisha news

ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ:  ଭୂମିହୀନ ମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ ନିମନ୍ତେ ନିର୍ଦେଶ 

0
ଛତ୍ରପୁର, ୧୯/୧୨ : ଗଞ୍ଜାମ ଜିଲ୍ଲା ରାଜସ୍ୱ ସମୀକ୍ଷା ବୈଠକ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ ) ସୁଧାଂଶୁ କୁମାର ଭୋଇ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବସୁନ୍ଧରା ଯୋଜନା ଆନୁକୂଲ୍ୟ ରେ ଗଞ୍ଜାମ ଜିଲ୍ଲା ରେ ଚିନ୍ହଟ ହୋଇଥିବା ୧୬୩୨ ଜଣ ଭୂମିହୀନଙ୍କୁ  ତୁରନ୍ତ ଜମି ପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି ।  ସହରାଚଂଳ ହେଉବା ଗ୍ରାମାଚଂଳ ହେଉ ଯିଏ ବି ସରକାରୀ ଜମି ଜବଲଦଖଲ କରି କୋଠା ନିର୍ମାଣ କରିଛନ୍ତି ତୁରନ୍ତ ତାହା ଚିହ୍ନଟ କରି ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବାକୁ ତହସିଲଦାରମାନଙ୍କୁ କୁହାଯାଇଛି । ଆବେଦନ ଆସିଥିବା ଗ୍ରାମକଣ୍ଠକ  କେସ ଗୁଡିକ ଫଇସଲା କରି ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ ନିର୍ଦେଶ ଦିଆଯାଇଛି ।ବେ-ବନ୍ଦୋବସ୍ତ ଥିବା ଜମିକୁ ବନ୍ଦୋବସ୍ତ କରିବାକୁ ବୈଠକରେ କୁହାଯାଇଥିଲା ।  ସରକାରୀ ସ୍କୁଲ, କଲେଜ ଓ ଡିଗ୍ରୀ କଲେଜ (   ପ୍ରାୟ ୧୫୦୦) ଶିକ୍ଷାନୁଷ୍ଠାନ କୁ ଜମି ପଟ୍ଟା ପ୍ରଦାନ କରିବାକୁ କୁହାଯାଇଛି । ବିଭିନ୍ନ ବିଭାଗର ଲକ୍ଷ୍ୟ ଧାର୍ଯ୍ୟକୁ ପୂରଣ କରିବା ପାଇଁ କୁହାଯାଇଥିବା ବେଳେ ସମୟସୀମା ମଧ୍ୟରେ ଲକ୍ଷ୍ୟ ହାସଲ କରିବାକୁ କୁହାଯାଇଛି । ଗଞ୍ଜାମ ଓ ବ୍ରହ୍ମପୁର ଅବକାରୀ ଜିଲ୍ଲା ରେ ବେଆଇନ ମଦ କାରବାର,ଚୋରାଚାଲାଣ ରୋକିବାକୁ କୁହାଯାଇଛି,  ଏନଫୋସମେଂଟ ଟିମ ଗଠନ କରି ଚଢାଉକୁ ଜୋରଦାର କରିବାକୁ କୁହାଯାଇଛି ।  ସେହିପରି ସଡକ ଦୃର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଆରଟିଓ ଙ୍କ ପକ୍ଷରୁ ହେଲମେଟ ଚେକିଂ ସହିତ ଅଧିକରୁ ଅଧିକ ଏନଫୋସମେଂଟ କରିବାକୁ କୁହାଯାଇଥିଲା । ବିଶେଷକରି ଜାତୀୟ ରାଜପଥ, ସହରାଚଂଳ,ସ୍କୁଲ ବସ ଆଦି ସ୍ଥାନରେ କଡାକଡି ଚେକିଂ ପାଇଁ ଆରଟିଓ ଙ୍କୁ କୁହାଯାଇଛି । ମାପ ଓ ଓଜନ ବିଭାଗ କୁ ମଧ୍ୟ ଚଢାଉ କରିବାକୁ ନିର୍ଦେଶ ଦିଆଯାଇଛି ।  ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିର, ଛତ୍ରପୁର ଉପଜିଲାପାଳ ଦେବଦତ ମହାନ୍ତ ଓ ଭଞ୍ଜନଗର ଉପଜିଲ୍ଲାପାଳ  ଅନିଲ କୁମାର ସେଠି , ଡେପୁଟି କଲେକ୍ଟର (ରାଜସ୍ୱ )ପ୍ରଦୀପ କୁମାର ସାହୁ ଙ୍କ ସମେତ  ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply