Odisha news

କୁଙ୍କୁମ ପୂଜା ରେ କମ୍ପିଲା ଛତ୍ରପୁର ଲୋୟାର ବସଷ୍ଟାଣ୍ଡରେ ଚାଲିଥିବା ମା ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ 

0
ଛତ୍ରପୁର, ୨୦/୧୦ : ଧନ, ଧାନ୍ୟ ଓ ସମୃଦ୍ଧି ର ଦେବି ହେଉଛନ୍ତି ମା ଗଜଲକ୍ଷ୍ମୀ l କୁହାଯାଏ, ମା ଗଜଲକ୍ଷ୍ମୀଙ୍କ ଆରାଧନା କଲେ ଏସବୁ ପ୍ରାପ୍ତି ହୁଏ l ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଠାରେ ଆଜକୁ ପ୍ରାୟ ୨୪ ବର୍ଷ ଧରି ଚାଲିଥିବା ମା ଗଜଲକ୍ଷ୍ମୀ ଙ୍କ ପୂଜାର ପଞ୍ଚମ ଦିନ ଅର୍ଥାତ ରବିବାର ମା ଙ୍କ ପୂଜା ଅବସରରେ କୁଙ୍କୁମ ପୂଜା କରାଯାଇଥିବା ଦେଖିବାକୁ ମିଳିଛି l ସହରର ବିଶିଷ୍ଟ କର୍ମକାଣ୍ଡ ବିଶେଷଜ୍ଞ ପଣ୍ଡିତ ସରୋଜ କୁମାର ଶତପଥୀ ଙ୍କ ପୌରାହିତ୍ୟ ରେ ପୂଜା କମିଟିର ସଦସ୍ୟ ମାନେ ମାଙ୍କ ମୃଣ୍ମୟୀ ପ୍ରତିମୂର୍ତ୍ତି ସମ୍ମୁଖରେ କୁଙ୍କୁମ ପୂଜା କରିଥିଲେ l ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଦର୍ଶନ କରିବା ପାଇଁ ଛତ୍ରପୁର ଏବଂ ଆଖ ପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ମାନେ ଯୋଗ ଦେଇ ମା ଗଜଲକ୍ଷ୍ମୀ ଙ୍କ ଆଳତି ଦର୍ଶନ କରିଥିଲେ l ଗତ ୧୬ ତାରିଖରୁ ମାଙ୍କ ପୂଜା ଚାଲିଥିବା ବେଳେ ଆସନ୍ତା ୨୨ ତାରିଖ ଦିନ ପର୍ଯ୍ୟନ୍ତ ଏହି ପୂଜା ଚାଲିବ, ସମସ୍ତ କାର୍ଯ୍ୟକ୍ରମ କୁ ପୂଜା କମିଟି ର ସଭାପତି ବସନ୍ତ କୁମାର ମହାରଣା,   ଉପ ସଭାପତି ମନୋଜ କୁମାର ସାହୁ, ସମ୍ପାଦକ ପ୍ରଦୀପ କୁମାର ସାହୁ, କୋଷାଧ୍ୟକ୍ଷ ଅତୁଲ କୁମାର ଦାଶ,  ଏସ. ପ୍ରବୀଣ କୁମାର,ଭି ରମେଶ, କେ. କମଲାଙ୍କର, ଆରତ ବିଶ୍ୱାଳ, ଲିପୁନ ବିଶ୍ୱାଳ, କେଞ୍ଚୁ ପୁରୋହିତ, ସୁରେନ୍ଦ୍ର ବେହେରା, ବାବୁ ବେହେରା, ସରୋଜ ପାଢ଼ୀ, ବିଜନ ସାହୁ, ଅଖିଳ ପାଣିଗ୍ରାହୀ, ପ୍ରଶାନ୍ତ କୁମାର ମହାରଣା,ସରୋଜ କୁମାର ସାମଲ, ଅଶୋକ କୁମାର ବେହେରା, କେ ଶ୍ରୀନିବାସ ଦୋରା,ରବି ନାରାୟଣ ବେହେରା, ମୁନା ସାମଲ, ଗୌରହରି ସାମଲ, ସନ୍ତୋଷ କୁମାର ସାହୁ ଓ ଗୌରୀ ଶଙ୍କର ରଥ ଙ୍କ ସମେତ ବହୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ l
Nalco

Leave A Reply