Odisha news

ବାବା ରସିଦ୍ ଆଲ୍ଲିଙ୍କ ମଜାରରେ ଧୁମଧାମରେ ବାର୍ଷିକ ଉରୂଶ୍ ପାଳନ : ଶତାଧିକ ଲୋକଙ୍କ ଗହଣରେ ଛତ୍ରପୁର ବିଧାୟକ ଯୋଗଦେଲେ।

0
ଛତ୍ରପୁର: ହଜରତ ସୟଦ୍ ଆବଦୁର ରସିଦ୍ ଶାହା ଆଲ୍ଲି ବାବାଙ୍କ ପୁତିଗୋପାଳପୁର ସ୍ଥିତ ମଜାର ଶରିଫ୍ ନିକଟରେ ଧୁମଧାମରେ ବାର୍ଷିକ ଉତ୍ସବ ବା ଉରୁଶ୍ ପାଳନ ହୋଇଯାଇଛି । ବାବା ରସିଦ୍ ଅଲ୍ଲୀ ମୁସଲମାନ ଧର୍ମର ଜଣେ ସନ୍ଥ ବା ଫକିର ଥିଲେ ସେ ନିଜ ସାରା ଜୀବନ ଭଗବାନଙ୍କ ପାଖରେ ଉତ୍ସର୍ଗ କରିବା ସହ ସାଧାରଣ ଲୋକଙ୍କୁ ଭଲପାଇବା ଓ ସମାଜର ମଙ୍ଗଳ କାମରେ ନିଜକୁ ଉତ୍ସର୍ଗ କରିଥିଲେ । ବାବାଙ୍କ ନିକଟରେ ବିଭିନ୍ନ ମନକାମନା ପୂର୍ଣ୍ଣ ହେବା ସହ ବିଭିନ୍ନ ସମସ୍ୟା ସମାଧାନ ହୁଏ ବୋଲି ସାଧାରଣ ଲୋକଙ୍କ ବିଶ୍ୱାସ ରହିଛି। ଏଥିପାଇଁ କେବଳ ମୁସଲିମ ହିଁ ନୁହେଁ ହିନ୍ଦୁ-ମୁସଲିମ ଉଭୟ ସମସ୍ତେ ଉପାସନା ନିମନ୍ତେ ଆସିଥାନ୍ତି । ବାବା ରାଶିଦ୍ ଆଲ୍ଲିଙ୍କ ମୃତ୍ଯୁବରଣ ପରେ ତାଙ୍କ ଲୋକ ପ୍ରିୟତା ବେଶ ପ୍ରଭାବଶାଳୀ ରହିଥିବା ଜଣାପଡିଥିଲା । ଓଡିଶା ବାହାରେ ବାବାଙ୍କ ବହୁ ଅନୁଗାମୀ ଥିବା ମଧ୍ୟ ଜଣାପଡିଥିଲା । ଗଞ୍ଜାମର ବିଭିନ୍ନ ଜାଗାରୁ ବାବାଙ୍କ ପ୍ରତି ଆସ୍ଥା ଓ ସମ୍ବେଦନା ରହିଥିବା ଯୋଗୁଁ ହଜାର ହଜାର ଲୋକଙ୍କ ସୁହ ଛୁଟିଥାଏ ବାବଙ୍କ ଉତ୍ସବରେ  । ଏହି ଆଧାରରେ ପ୍ରତ୍ୟେକ ବର୍ଷ ବାବାଙ୍କ ସ୍ମୃତିରେ ଉରୁଶେ ବା ବାର୍ଷିକ ଉତ୍ସବ ପାଳନ ହୋଇଥାଏ। ଏହି ଅବସରରେ ବାବାଙ୍କୁ ବିଶ୍ୱାସ ରଖୁଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକେ ଆସି ଛତ୍ରପୁର ସ୍ଥିତ ମଜାରରେ ଉପସନା କରିଥାନ୍ତି । ଏହି ପରିପ୍ରେକ୍ଷିରେ ଆଜି ଛତ୍ରପୁର ମୁସଲମାନ କମିଟି ପକ୍ଷରୁ ପୁତିଗୋପାଳପୁର ସ୍ଥିତ ମସଜିଦରେ ଅପରାହ୍ନରେ ଜୋହର୍ ନମାଜପାଠ ସାରି ସମସ୍ତେ ଏକତ୍ରିତ ହୋଇ ଲମ୍ବା ଧାଡିରେ ହାତରେ ଚାଦର ଧରି ସ୍ଲୋଗାନ ଦେଇ ମଜାର ନିକଟକୁ ପହଞ୍ଚିଥିଲେ। ସେଠାରେ ଚାଦର ଚଢେଇବା ସହ ସମାଜର ମଙ୍ଗଳ ନିମନ୍ତେ ଆରଧନା କରାଯାଇଥିଲା ।
ଏହି ଅବସରରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଓ ଛତ୍ରପୁର ଏନ୍ଏସି ଅଧ୍ୟକ୍ଷା ପ୍ରତିନିଧି ଚନ୍ଦ୍ରଶେଖର ରେଡି (ଶେଖ) ପ୍ରମୁଖ ଛତ୍ରପୁର ସହରର ପ୍ରଗତି ଉନ୍ନତି ଶାନ୍ତି ମୈତ୍ରୀ ପାଇଁ ସାମୁହିକ ପ୍ରାର୍ଥନାରେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ। ମାନ୍ୟବର ବିଧାୟକ ପ୍ରାର୍ଥନା ଗୃହରେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଛତ୍ରପୁର ସହର ଶାନ୍ତି ଶୃଙ୍ଖଳା ଓ ଭାଇଚାରାର ସହର ଏଠି ସମସ୍ତେ ମିଳିମିଶି ସହଯୋଗରେ ପିଲାଟି ଦିନୁ ଚଳିଆସିଛୁ । ଛତ୍ରପୁର ମୁସଲିମ ସମାଜର ଯେବେ ଯେକୌଣସି  ମୁହୂର୍ତ୍ତରେ ସହଯୋଗ ଲୋଡ଼ାପଢେ ମୁଁ ନିଶ୍ଚିତ ରୁପେ ସହଯୋଗ ସହାୟତା ଯୋଗାଇଦେବି ବୋଲି ମତ ଉପସ୍ଥାପନ କରିଥିଲେ।
   ଏହି ଅବସରରେ ଦୂରଦୂରାନ୍ତରୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଲଙ୍ଗର ବ୍ଯବସ୍ଥା ମଧ୍ଯ କରାଯାଇଥିଲା । କାର୍ଯ୍ୟକ୍ରମରେ ଛତ୍ରପୁରର ଇମାମ୍ ହାଫିଜ୍ ଏହେଶାନ ରଜ୍ଜା ଶକାଫିଙ୍କ ନେତୃତ୍ବରେ ସମୁହ ଫାତିୟାଁ ବା ପ୍ରାର୍ଥନା କରାଯାଇଥିଲା । ଅନ୍ଯ ମାନଙ୍କ ମଧ୍ଯରେ ଇଶୁବ୍ ଖାନ , ଅପତାବ୍ ଖାନ, ନାଜର ଖାନ୍, ସେକ୍ ରିୟାଜ, ଇଜୁ ଆମିନ ଖାନ,ସ୍ବପ୍ନା ଖାନ୍,  ସେକ୍ ଇନ୍ତିୟାଜ୍, ସଲମାନ ଖାନ୍, ବାପି ଖାନ, ଯାଫର ଖାନ୍, ସେକ୍ ରଜ୍ଜାକ୍ ,ନାଦିମ୍ ଖାନ,ଇନ୍ତୁ ଖାନ୍ , ଆଫୋ ଖାନ୍ , ଜାକିର ଖାନ୍ ସମସ୍ତେ ଉପସ୍ଥିତ ରହି ଉରୁଶ୍ ଉତ୍ସବକୁ ପରିଚାଳନା କରିଥିଲେ ।

Leave A Reply