Odisha news

ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

0
ଛତ୍ରପୁର, ୨୭/୦୭:  ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ବତୀ ଶିଶୁବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମର ଉଦ୍ଘାଟନ ଉତ୍ସବ ରେ ମୁଖ୍ଯ ଅତିଥି ରୂପେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ଅଜୟ କୁମାର ତ୍ରିପାଠୀ ଯୋଗ ଦେଇ ଶିଶୁମାନଙ୍କ ବୈଜ୍ଞାନିକ ମନୋବୃତ୍ତିର ବିକାଶ ଦ୍ବାରା ଦେଶର ବିକାଶ ସମ୍ଭବ ହୋଇପାରିବ। ସେହିପରି ବିଦ୍ୟାଳୟର ପୂର୍ବ ଛାତ୍ରୀ ବୈଜ୍ଞାନିକ ଅନୁସନ୍ଧାନୀ ଦେବୀସ୍ମିତା ପଣ୍ଡାଙ୍କୁ ସମ୍ମାନୀତ କରାଯାଇଥିଲା।ପ୍ରଧାନାଚାର୍ଯ୍ଯ ଶ୍ରୀଯୁକ୍ତ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଦ୍ୟାଳୟର ସମ୍ପାଦକ ତଥା ହାଇକୋର୍ଟ ଆଡ଼ଭୋକେଟ ପଦ୍ମଚରଣ ସାହୁ ମଞ୍ଚାସୀନ ଅତିଥିବୃନ୍ଦଙ୍କୁ ଉପଢ଼ୌକନ ପ୍ରଦାନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ  ଉପେନ୍ଦ୍ର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଉପସଭାପତି ଗୀତାପାଢୀ ଧନ୍ୟବାଦ ଅର୍ପଣ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ମୋଟ ୪୨୭ଜଣ ଶିଶୁ ଭାଗ ନେଇଥିଲେ। ସମାରୋପ ଉତ୍ସବ ରେ ମୁଖ୍ଯ ଅତିଥି ରୂପେ ବିଦ୍ୟୁତ ବିଭାଗ ଏସଡ଼ିଓ ଇଂ ରାଜ କିଶୋର ବଲ୍ଲଭଯୋଗ ଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ। ଉକ୍ତ ବିଜ୍ଞାନ ମେଳାର  ବିଚାରକ ରୂପେ  ଜଗନ୍ନାଥ ପଣ୍ଡା, ଗଣେଶ ପଟ୍ଟନାୟକ, ରଜନୀକାନ୍ତପଟ୍ଟନାୟକ,   ସୂର୍ଯ୍ୟନାରାୟଣ ଦାଶ,ଭାରତୀ ଆଚାରୀ,ସୁସ୍ମିତା ଚୌଧୁରୀ,ସଂକୁଳ ପ୍ରମୁଖ ଜେ କୁର୍ମା ରାଓ ଉପସ୍ଥିତ ଥିଲେ।

Leave A Reply