Odisha news

କଣମଣା, ଆର୍ଯ୍ୟପଲ୍ଲୀ ଓ କାଳିପଲ୍ଲୀରେ ସୁବାସଙ୍କ ଭୋଟ ଭିକ୍ଷା

0
ଛତ୍ରପୁର,୨୯/୪: ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ବିଜେଡି ବିଧାୟକ ପ୍ରାର୍ଥୀ ସୁବାସ ଚନ୍ଦ୍ର ବେହେରା ଆଜି ଛତ୍ରପୁର ବ୍ଲକ୍ କଣମଣା, ଆର୍ଯ୍ୟପଲ୍ଲୀ ଓ କାଳିପଲ୍ଲୀ ପଞ୍ଚାୟତରେ ଦମ୍‌ଦାର ପ୍ରଚାର କରିଛନ୍ତି । ବିଭି୍‌ନ ଘରକୁ ଘର ବୁଲି ଜନସାଧାରଣହ୍‌କୁ ଭୋଟ୍ ଭିକ୍ଷା କରିବା ସହ ଯୋଡିଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ତିନୋଟି ପଞ୍ଚାୟତରେ ବିଧାୟକଙ୍କୁ ବିପୁଳ ସମର୍ଥନ ଜଣାଇବା ସହିତ ବିଭିନ୍ନ ଢ଼ଙ୍ଗରେ ସ୍ୱାଗତ ଜଣାଇଥିଲେ । ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ସଭିଏଁ ସଙ୍କଳ୍ପ ନେବାକୁ ଆହ୍ୱାନ୍ ଦେଇଥିଲେ । ଏହାସହ ଛତ୍ରପୁର ନିର୍ବାଚନମଣ୍ଡଳୀରେ ବିକାଶର ଧାରା ବଜାୟ ରଖିବାକୁ ସହଯୋଗ କାମନା କରିଥିଲେ । ପର୍ଯ୍ୟବେକ୍ଷକ ନାରାୟଣ ପ୍ରସାଦ ଜେନା, ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦିଲେଶ୍ୱର ରେଡ୍ଡୀ, ଯୁବନେତା ଜ୍ୟୋତିରଞ୍ଜନ ସାହୁ, ଶ୍ରୀରାମଚନ୍ଦ୍ରପୁର ସମିତିସଭ୍ୟ ଏସ୍‌.ଚକ୍ରପାଣି ରେଡ୍ଡୀ, ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷ ଜି.ପାପା ରାଓ, ବିଜେଡି ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌.ଧନଞ୍ଜୟ ରେଡ୍ଡୀ, ଯୁବ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ବିମଳ କୁମାର ପଣ୍ଡା, ଯୁବବିଜେଡି ଛତ୍ରପୁର ସଭାପତି ଟି.ଚନ୍ଦ୍ରଶେଖର ରାଓ , ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, କଣମଣା ସରପଞ୍ଚ ପି.ଦମୟନ୍ତୀ, ଆର୍ଯ୍ୟପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସମିତିସଭ୍ୟ ଚୁମୁକି ସେଠୀ, ଏ.ଭେଙ୍କଟ୍‌, ଏମ୍‌.ଗୁମାଲୀ, ବି.ଭୀମ, ଆର୍‌.ଗୋବିନ୍ଦା, ବି.ଚନ୍ଦ୍ରମଣି ପାତ୍ର, କାଳିପଲ୍ଲୀ ସରପଞ୍ଚ ବି.ଲକ୍ଷ୍ମୀ ପାତ୍ର, ସମିତିସଭ୍ୟ ବିକାଶ ବେହେରା, ପୂର୍ବତନ ସମିତିସଭ୍ୟ ସୁଶାନ୍ତ କୁମାର ସାହୁ, ପୂର୍ବତନ ସରପଞ୍ଚ ଶ୍ରୀରାମ ବେହେରା, ସିଏଚ୍‌.ରଘୁନାତ ରେଡ୍ଡୀ, ସିଏଚ୍‌.ଭଗବାନ ରେଡ୍ଡୀ, ସିଏଚ୍‌.ବଳରାମ ରେଡ୍ଡୀ, ନାରିନେତ୍ରୀ ନିଳାଦ୍ରୀ ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଏସ୍‌.କିଶୋର ରେଡ୍ଡୀ, ପୂର୍ବତନ ସମିତିସଭ୍ୟ ଅଶୋକ ପାଣିଗ୍ରାହୀ, ପୂର୍ବତନ ସରପଞ୍ଚ ସୋମନାଥ ବେହେରା, ଯୁବ ବିଜେଡି ଛତ୍ରପୁର ବ୍ଲକ ଉପସଭାପତି କାହ୍ନୁଚରଣ ବେହେରା, ନିର୍ବାଚନମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକଙ୍କ ସମେତ ବହୁ ସଂଖ୍ୟାରେ ମହିଳା ଓ ପୁରୁଷ କର୍ମୀ ସାମିଲ ହୋଇଥିଲେ ।
Nalco

Leave A Reply