Odisha news

କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ, ସିପିଆଇ ର ବିଧାୟକ ପ୍ରାର୍ଥୀ ପ୍ରବୀଣ ଦାଶ ଙ୍କ ନାମାଙ୍କନ ପତ୍ର ଦାଖଲ 

0
ଛତ୍ରପୁର,   29।4:  ସୋମବାର  ବିରାଟ ଶୋଭାଯାତ୍ରା ରେ ଛତ୍ରପୁର କୁ ଆସି ନିଜ ନାମାଙ୍କନ ପତ୍ର ଦାଖଲ କଲେ ସିପିଆଇ  ପାର୍ଟି ର କବିସୂର୍ଯ୍ୟନଗର ବିଧାନସଭା ଆସନ ନିମନ୍ତେ ବିଧାୟକ ପ୍ରାର୍ଥୀ ପ୍ରବୀଣ କୁମାର ଦାଶ l ସ୍ଥାନୀୟ ଲକ୍ଷ୍ମଣ ଭଵନ ଠାରୁ ପ୍ରବୀଣ ଙ୍କ ସହ ଶହ ଶହ ଦଳୀୟ ନେତା ଓ କର୍ମୀ ମାନେ   ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲେ l ସେଠାରେ ଅତିରିକ୍ତ ଜିଲ୍ଲାପାଳ ତଥା ରିଟର୍ଣ୍ଣିଙ୍ଗ ଅଫିସର ପ୍ରମୋଦ କୁମାର ପୃଷ୍ଟି ଙ୍କ ନିକଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ଏହି ଶୋଭାଯାତ୍ରା ରେ ସିପିଆଇ ପାର୍ଟି ର ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ଜିଲ୍ଲା ସହ -ସମ୍ପାଦକ ନୀଳକଣ୍ଠ ଦାଶ, ଅଖିଳ ଭାରତ ଯୁବସଂଘ ର ରାଜ୍ୟ ସହ -ସମ୍ପାଦକ କାମଦେବ ନାହାକ, ସନିଆପ୍ରଧାନ, ଆଇନଜୀବି କୈଳାଶ ପଲାଇ ଙ୍କ ସମେତ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ ହୋଇ ଥିଲେ
Nalco

Leave A Reply