Odisha news

ଷଣ୍ଢ  ଆକ୍ରମଣରେ ଗଲା ମହିଳା ଙ୍କ ଜୀବନ

0
 ଛତ୍ରପୁର, ୨୩ /୩ :   ଷଣ୍ଢ ଆକ୍ରମଣରେ ଗଲା ମହିଳା ଜୀବନ। ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ବଡମାଧପୁର ଗାଁରେ ଘଟିଛି ଅଭାବନୀୟ ଘଟଣା ।  ମୃତକ ଜଣକ ହେଲେ ବଡ଼ମାଧପୁର ଗ୍ରାମର ବି.କାମିଲି ପାତ୍ର  | ଆଜି ସକାଳୁ ଏକ ଗାଇ କୁ ଷଣ୍ଢ ଗୋଡ଼ାଉ ଥିଲା ବେଳେ ମହିଳା ଉପରେ ଆକ୍ରମଣ କରିଥିଲା  ଷଣ୍ଢ | ଘଟଣା ସ୍ଥଳରେ ହିଁ ମହିଳା ଙ୍କ ମୃତ୍ୟୁ ହୋଇଛି |  ଘଟଣା ସ୍ଥଳର ସମସ୍ତ ଦୃଶ୍ୟ ସିସି ଟିଭି ରେ କଏଦ ହୋଇଛି | ମହିଳା ଜଣକୁ ଆଜି ସକାଳୁ ନିଜ ନିତ୍ୟକ୍ରମ ସାରି ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା | ପୃର୍ବରୁ ଉକ୍ତ  ଷଣ୍ଢ ଗ୍ରାମର ଅନ୍ୟ କିଛି ଜଣକୁ ଆକ୍ରମଣ କରିଥିବା ନଜିର ରହିଛି | ମହିଳା ଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ସରକାରୀ ସହାୟତା ପାଇଁ ଦାବୀ ହୋଇଛି |
Nalco

Leave A Reply