ଚନ୍ଦ୍ର ପୃଷ୍ଠରେ ହେବ ଅଶୋକ ସ୍ତମ୍ଭ ଚିତ୍ରଣ
ସ୍ବପ୍ନ ହେବାକୁ ଯାଉଛି ସତ , ଇସ୍ରୋ ବୈଜ୍ଞାନିକ ଙ୍କ ୫ ବର୍ଷର କଠିନ ପରିଶ୍ରମ ଏବେ ଦେବାକୁ ଯାଉଛି ସଫଳତା
ଚନ୍ଦ୍ରଜାନ -୩ ଚନ୍ଦ୍ର ପୃଷ୍ଠ ରେ ଛାଡିବ ଭାରତର ଛାପ l ସ୍ବପ୍ନ ହେବାକୁ ଯାଉଛି ସତ , ଇସ୍ରୋ ବୈଜ୍ଞାନିକ ଙ୍କ ୫ ବର୍ଷର କଠିନ ପରିଶ୍ରମ ଏବେ ଦେବାକୁ ଯାଉଛି ସଫଳତା l
ଆଜି ସନ୍ଧ୍ୟାରେ ଯଦି ସମସ୍ତ ପ୍ରକ୍ରିୟା ଠିକ ରହିଲା ତେବେ ଚନ୍ଦ୍ରଜାନ -୩ ର ଲ୍ୟାଣ୍ଡର କୁ ପାଖାପାଖି ୩୦ ମିଟର ର ଉଚତା ରୁ ଚନ୍ଦ୍ର ପୃଷ୍ଠ ରେ ଓଲ୍ହାଇବା ରେ ୧୫-୨୦ ମିନିଟ ସମୟ ଲାଗିବ l ଏହି ପ୍ରକ୍ରିୟା ସମୟରେ ବିକ୍ରମ ଲ୍ୟାଣ୍ଡର ଦ୍ୱାରା ରେମ୍ପ ସାହାଯ୍ୟ ରେ ୬ ଟି ଚକ ବିଶିଷ୍ଟ ପ୍ରଜ୍ଞାନ ରୋବର କୁ ଚନ୍ଦ୍ର ପୃଷ୍ଠରେ ଓଲ୍ହାଯିବ l ଧୀରେ ଧୀରେ ଏହା ବାହାରକୁ ଆସିବ ଓ ନିଜର ଚକ ସାହାଯ୍ୟ ରେ ଚନ୍ଦ୍ର ପୃଷ୍ଠରେ ଭାରତର ରାଷ୍ଟ୍ରୀୟ ଚିହ୍ନ ଅଶୋକ ସ୍ତମ୍ଭ ଅଙ୍କନ କରିବ l ଯାହାକି ପ୍ରତ୍ୟେକ ଭାରତୀୟ ଙ୍କ ପାଇଁ ଗୋଟିଏ ଗର୍ବର ମୁହୂର୍ତ ହେବ l
ଭାରତ ଯଦି ନିଜର ଏହି ମୁନ ମିଶନ ରେ ସଫଳ ହେଲା ତେବେ ଆମେରିକା , ରୁଷ , ଚୀନ ପରେ ଭାରତ ମୁନ ମିଶନ ରେ ଚତୁର୍ଥ ସ୍ଥାନ ଗ୍ରହଣ କରିବ l ଇସ୍ରୋ ଲ୍ୟାଣ୍ଡିଙ୍ଗ ପ୍ରକ୍ରିୟା ଅନେକ ଗୁଡିଏ ପ୍ଲାଟ ଫର୍ମ ରେ ଲାଇଭ ଦେଖାଇବ l ଆପଣ ଏହାକୁ ଇସ୍ରୋର ର ଯୁଟ୍ୟୁବ ଓ ୱେବ୍ସାଇଡ ରେ ଦେଖି ପରିବେ l