ସବୁ ଅପେକ୍ଷାର ଅନ୍ତ ଘଟାଇ ଶେଷରେ ଜହ୍ନ ମାମୁଁ ରାଇଜ ରେ ଅବତରଣ କଲା ଭାରତର ଚନ୍ଦ୍ରଜାନ ୩ l ଏହି ସମୟ ପ୍ରତ୍ୟେକ ବିଶ୍ୱବାସୀ ଙ୍କ ପାଇଁ ଥିଲା ଅପେକ୍ଷାର ସମୟ ଓ ଭାରତୀୟ ଙ୍କ ପାଇଁ ଗର୍ବ ର ସମୟ l
ଚନ୍ଦ୍ରଜାନ ୩ ର ସଫଳ ଅବତରଣ ହୋଇଛି l ଏଥି ସହିତ ଭାରତ ବିଶ୍ୱର ଚତୁର୍ଥ ସ୍ଥାନ ହାସଲ କଲା ମୁନ ମିଶନ ରେ ଓ ଦକ୍ଷିଣ ଧ୍ରୁବ ରେ ଚନ୍ଦ୍ରଜାନ ଅବତରଣ କରିବାରେ ବିଶ୍ୱର ପ୍ରଥମ ଦେଶ l
ଚନ୍ଦ୍ରଜାନ ୩ ଦକ୍ଷିଣ ଧ୍ରୁବ ରେ ଅବତରଣ କରି ଇତିହାସ ରଚିଲା l ମାତ୍ର ଶେଷ ୨୦ ମିନିଟ ରେ ଚନ୍ଦ୍ରମାର ଶେଷ କକ୍ଷରେ ୨୫ କିମି ର ଯାତ୍ରା ପୁରା କରିଥିଲା ଓ ଏହାପରେ ଲ୍ୟଣ୍ଡର କୁ ଧୀରେ ଧୀରେ ଅବତରଣ କରାଯାଇ ଥିଲା l ୫ ଟା ୩୦ ମିନିଟ ସମୟରେ ପ୍ରାରମ୍ଭିକ ରଫ ଲ୍ୟାଣ୍ଡିଙ୍ଗ ଖୁବ ସଫଳ ରହିଲା l ଏହାପରେ ସନ୍ଧ୍ୟା ୫ ଟା ୪୪ ମିନିଟ ରେ ଲ୍ୟାଣ୍ଡର ଭର୍ଟିକାଲ ଲାଣ୍ଡିଙ୍ଗ କରିଥିଲା l ସେତେବେଳେ ଦୂରତା ଚନ୍ଦ୍ରମା ନିକଟରୁ କେବଳ ୩ କିଲୋମିଟର ଥିଲା l ଶେଷରେ ଲ୍ୟାଣ୍ଡର ସନ୍ଧ୍ୟା ୬ ଟା ୪ ମିନିଟ ରେ ଦକ୍ଷିଣ ଧ୍ରୁବ ରେ ସଫଳ ଅବତରଣ କରାଇବାର ପ୍ରଥମ ଦେଶ l
ଚନ୍ଦ୍ରଜାନ ୩ , ଜୁଲାଇ ୧୪ ତାରିଖ ଦିନ ୩ ଟା ୩୫ ମିନିଟ ରେ ଯାତ୍ରା ଆରମ୍ଭ କରିଥିଲା l ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ପାଇଁ ୪୧ ଦିନ ସମୟ ଲାଗିଥିଲା l ଇସ୍ରୋର ବୈଜ୍ଞାନିକ ମାନେ ନିଜର ରାତିଦିନ ଏଥିପାଇଁ ଲଗାଇ ଦେଇଥିଲେ l
ଭାରତ ପ୍ରଥମ ମୁନ ମିଶନ ୨୦୦୮ ଅକ୍ଟୋବର ୨୨ ରେ ଆରମ୍ଭ ଜୋଇଥିଲା l ଏବଂ ଭାରତ ହିଁ ଚନ୍ଦ୍ର ପୃଷ୍ଠରେ ଜଳ ଅନ୍ଵେଶଣ କରିଥିଲା ଭାରତ l
ଚନ୍ଦ୍ରଜାନ ୨ ରେ ଭାରତ ୯୫ ପ୍ରତିଶତ ସଫଳ ହୋଇଥିଲା l ଏହାପରେ ଭାରତ ନିଜ ଚେଷ୍ଟା ଜାରି ରଖିଥିଲା ଦୀର୍ଘ ୫ ବର୍ଷ ହେଲା l ଭାରତ ପୂର୍ବରୁ ରୁଷ ଦକ୍ଷିଣ ଧ୍ରୁବ ରେ ଲୁନା ୨୫ କୁ ଅବତରଣ କରାଇ ଇତିହାସ ରଚି ଥାଆନ୍ତା , କିନ୍ତୁ ଅଗଷ୍ଟ ୨୧ ତାରିଖ ଦିନ ଲୁନା ୨୫ ଅବତରଣ ସମୟ ରେ ଅସୁବିଧାର ସମ୍ମୁଖୀନ ହୋଇ ଶେଷ ଅର୍ବିଟ ରେ ପ୍ରବେଶ କରିବା ପୂର୍ବରୁ କ୍ରାଶ ହୋଇ ଯାଇଥିଲା l
ଚନ୍ଦ୍ରଜାନ ଅବତରଣ ସମୟରେ ଇସ୍ରୋ ପକ୍ଷରୁ ଟେଲିକାଷ୍ଟ କରାଯାଇ ଥିଲା l ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କର୍ଣ୍ଣାଫରେନସିଂ ଜରିଆରେ ଦକ୍ଷିଣ ଆଫ୍ରିକା ରୁ ଯୋଗ ଦେଇଥିଲେ l ଏହି ସମୟରେ ସେ ନିଜ ଭାଷଣ ରେ ଇସ୍ରୋର ବୈଜ୍ଞାନିକ ଙ୍କୁ ଉତ୍ସାହିତ କରିଥିଲେ l ଇସ୍ରୋର ବୈଜ୍ଞାନିକ ଙ୍କୁ ହୃଦୟ ରୁ ସଲାମ l