Odisha news

ଶନିଦେବ ଲୁଚି ଯିବେ ଚନ୍ଦ୍ରମାଙ୍କ ଆଢୁଆଳରେ : ୧୮ ବର୍ଷ ପରେ ଭାରତରେ ଦେଖାଯିବ ଏହି ବିରଳ ଦୃଶ୍ୟ

0

ଚଳିତ ସପ୍ତାହ ରେ ଅନ୍ତରୀକ୍ଷ ରେ ୧୮ ବର୍ଷ ପରେ ଗୋଟିଏ ଅଦ୍ଭୁତ ଘଟଣା ଘଟିବାକୁ ଯାଉଛି, ବାଦଲ ଆଢୁଆଳ ରେ ଲୁଚି ଯାଉଥିବା ଚନ୍ଦ୍ର ବର୍ତମାନ ଶନି ଦେବଙ୍କୁ ଲୁଚାଇବ ନିଜ ଆଢୁଆଳରେ l  ଏହି ଘଟଣା ୧୮ ବର୍ଷ ପରେ ଦୃଶ୍ୟ ହେବ ଭାରତରେ l ବୈଜ୍ଞାନିକ ଙ୍କ ମତରେ ଏହା ଜୁଲାଇ ୨୫ ଓ ୨୬ ର ମଧ୍ୟ ରାତ୍ରରେ କିଛି ସମୟ ପାଇଁ ଦୃଶ୍ୟମାନ ହେବ l ଏହି ସମୟରେ ଶନି ଚନ୍ଦ୍ରମା ଙ୍କ ଆଢୁଆଳ ରେ ଲୁଚି ଯିବେ ଓ ଚନ୍ଦ୍ରମାଙ୍କ ପାର୍ଶ୍ୱରେ ଶନି ଙ୍କ ବଳୟ ନଜର ଆସିବ l ଏହି ଖଗୋଲୀୟ ଘଟଣା କୁ ବୈଜ୍ଞାନିକ ଙ୍କ ମତରେ ଲୁନାର ଓକଲ୍ଟେସନ ଅଫ ସ୍ୟାଟର୍ନ କୁହାଯାଇ ଥାଏ l ଏହି ଘଟଣାରେ ଶନିଙ୍କ ର ଚନ୍ଦ୍ର ଗ୍ରହଣ ସେତେବେଳେ ହୋଇଥାଏ, ଯେତେବେଳେ ଚନ୍ଦ୍ରମା ଙ୍କ ଆଢୁଆଳ ରେ ଶନି ଲୁଚି ଯାଇଥାଆନ୍ତି l

ଭାରତରେ ଏହି ସମୟରେ ଘଟିବ ଏହି ଘଟଣା –
ଶନି ଙ୍କର ଚନ୍ଦ୍ରମାଙ୍କ ପଛରେ ଲୁଚିଯିବା ଦ୍ୱାରା ଚନ୍ଦ୍ରମା ଙ୍କ ପାର୍ଶ୍ୱରେ ଶନିଙ୍କ ବଳୟ ଦେଖା ଯାଇଥାଏ l ମିଳିଥିବା ସୂଚନା ଅନୁସାରେ ୨୪ ଜୁଲାଇ ରାତି ୧.୩୦ ସମୟରେ ଏହା ଆରମ୍ଭ ହେବ ଓ ଧୀରେ ଧୀରେ ଏହା ବୃଦ୍ଧି ହେବ ଏବଂ ରାତି ୧.୪୫ ବେଳକୁ ଚନ୍ଦ୍ରମା ଶନି ଗ୍ରହ ଙ୍କୁ ସମ୍ପୂର୍ଣ ନିଜ କବ୍ଜା ରେ କରିନେଇ ଥାଏ l ଏବଂ ଏହାର ୪୫ ମିନିଟ ପରେ ରାତି  ୨ଟା ୨୫ ରେ ଶନି ଚନ୍ଦ୍ରମା ଙ୍କ ପଛରୁ ଦେଖା ଯାଇଥାଏ l

ଏହି ଦୃଶ୍ୟ  ଭାରତ ବ୍ୟତୀତ ଅଲଗା ଅଲଗା ସମୟରେ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବ, ଏହି ଦୃଶ୍ୟ ଶ୍ରୀଲଙ୍କା, ମିଆଁମାର, ଚୀନ ଓ ଜାପାନ ରେ ମଧ୍ୟ ଦୃଶ୍ୟ ହେବ l ଶନି ଙ୍କୁ ଚନ୍ଦ୍ର ଗ୍ରହଣ ର କାରଣ ଏହା ଅଟେ କି ଯେତେବେଳେ ନିଜ ଗତି ରୁ ଚଳନ ହୋଇ ଉଭୟ ଚନ୍ଦ୍ର ଓ ଶନି ଉଭୟ ଗ୍ରହ ରାସ୍ତା ପରିବର୍ତନ କରିଥାଆନ୍ତି ଶନି ଚନ୍ଦ୍ରମା ଙ୍କ ପଛକୁ ଚାଲି ଆସି ଥାଆନ୍ତି l ଏଥିରେ ସବୁଠୁ ଅଧିକ ଶନି ଙ୍କ ବଳୟ ହିଁ ଦେଖା ଯାଇଥାଏ l ଶନିଙ୍କ ର ଏହି ବଳୟ ଦେଖିବା ପାଇଁ କେବଳ ଦୂରବୀକ୍ଷଣ ଯନ୍ତ୍ରର ଆବଶ୍ୟକତା ପଡିଥାଏ l

Leave A Reply