୨୦୨୪ ର ଦ୍ଵିତୀୟ ଚନ୍ଦ୍ର ଗ୍ରହଣ ଲାଗିବାରେ ବର୍ତମାନ ଆଉ କିଛିଦିନ ବାକି ରହିଛି l ଏହି ଚନ୍ଦ୍ରଗ୍ରହଣ ସେପ୍ଟେମ୍ବର ମାସରେ ଲାଗିବ, ଏବଂ ଆଂଶିକ ଚନ୍ଦ୍ର ଗ୍ରହଣ ରହିବ l ଏହା ପୂର୍ବରୁ ହୋଲିରେ ଚନ୍ଦ୍ର ଗ୍ରହଣ ଲାଗିଥିଲା l ସେପ୍ଟେମ୍ବର ମାସର ଚନ୍ଦ୍ର ଗ୍ରହଣ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ରହିବ l ଏହା ୧୮ ସେପ୍ଟେମ୍ବର ରେ ଲାଗିବ l ଏବଂ ଭାରତୀୟ ସମୟ ରେ ସକାଳ ୬ଟା ୧୧ ମିନିଟ ରେ ଆରମ୍ଭ ହୋଇ ୧୦.୧୭ ରେ ସମାପ୍ତ ହେବ l ଏହି ଚନ୍ଦ୍ର ଗ୍ରହଣ ୪ ଘଣ୍ଟା ୬ ମିନିଟ ରହିବ l
ଚନ୍ଦ୍ର ଗ୍ରହଣର ସୂତାକ ସମୟ –
ହିନ୍ଦୁ ଧର୍ମରେ ଗ୍ରହଣ କୁ ଶୁଭଦିନ ବୋଲି ଗ୍ରହଣ କରାଯାଇ ନଥାଏ, ତେଣୁ ଗ୍ରହଣ ସମୟ ରେ ଅନେକ କାର୍ଯ୍ୟ ବର୍ଜନୀୟ ଅଟେ l ଚନ୍ଦ୍ର ଗ୍ରହଣ ପାଇଁ ସୂତାକ ସମୟ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ l ଏହି ଚନ୍ଦ୍ର ଗ୍ରହଣ ଦିନରେ ଲାଗୁଥିବା କାରଣରୁ ଭାରତରେ ଦୃଶ୍ୟ ହେବ ନାହିଁ l
ଚନ୍ଦ୍ର ଗ୍ରହଣ ଏହିସବୁ ରାଶି ପାଇଁ ଅଶୁଭ ଅଟେ –
ମେଷ ରାଶି –
ମୀନ ରାଶିର ଲୋକଙ୍କର ମନୋମାଳିନ୍ୟ ହେବ l ବ୍ୟବସାୟ ରେ ହାନି ହେବ l ଏହି ସମୟରେ ସମସ୍ତଙ୍କ ସହିତ ଦେଖି ଚାହିଁ ମିଶିବେ l
କର୍କଟ ରାଶି –
କର୍କଟ ରାଶି ର ବ୍ୟକ୍ତିଙ୍କ କ୍ୟାରିଅର ରେ ପରିବର୍ତନ ହେବ l ଆପଣ ବାଧ୍ୟ ହୋଇ ଚାକିରୀ ଛାଡି ପାରନ୍ତି , ପର୍ଶନଲ ଲାଇଫ ରେ ସମସ୍ୟା ଆସିପାରେ l
ତୁଳା ରାଶି –
ତୁଳା ରାଶିର ବ୍ୟକ୍ତିଙ୍କ ମିଶ୍ର ଫଳ ରହିବ, କାର୍ଯ୍ୟ କ୍ଷେତ୍ରରେ ମିଶ୍ରିତ ଫଳ ମିଳିବ l ସହକର୍ମୀ ମାନଙ୍କ ସହିତ ଅସୁବିଧା ହୋଇପାରେ l
ମକର ରାଶି –
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଚନ୍ଦ୍ର ଗ୍ରହଣ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଆଣିବ l ଘରର ବୟସ୍କ ମାନଙ୍କ ସହିତ ମନୋମାଳିନ୍ୟ ହୋଇପାରେ l ଯାହାକି ଆପଣଙ୍କ ପାଇଁ ଅସୁବିଧାର କାରଣ l