Odisha news

ଚଣ୍ଡିଖୋଲରେ ଅତ୍ୟୁଧୁନିକ ଶାନ୍ତିଲତା କେୟାର ଆଣ୍ଡ ହସ୍ପିଟାଲ ଉଦଘାଟିତ

0

ଚଣ୍ଡିଖୋଲ- ଯାଜପୁର ଜିଲାର ଚଣ୍ଡିଖୋଲ ଠାରେ ଶୁକ୍ରବାର ଦିନ ଅତ୍ୟାଧୁନିକ ଚିକିତ୍ସା ଓ ଡାଇଗ୍ନୋସିସ ସୁବିଧା ଯୋଗାଇ ଦେବା ପାଇଁ ଶାନ୍ତିଲତା କେୟାର ଆଣ୍ଡ ହସ୍ପିଟାଲ ଉଦଘାଟିତ ହୋଇଛି । ଶାନ୍ତିଲତା ଗ୍ରୁପର ଚେୟାରମ୍ୟାନ ତଥା ସ୍ୱର୍ଗତ ପ୍ରମୋଦ ଚୌଧୁରୀଙ୍କ ପତ୍ନୀ ଶାନ୍ତିଲତା ଚୌଧୁରୀ ଆନୁଷ୍ଠନିକ ଭାବେ ଏହି କେୟାର ସେଣ୍ଟର କୁ ଉଦଘାଟନ କରିଥିଲେ । ଚଣ୍ଡିଖୋଲ ଅଞ୍ଚଳର ଲୋକ ମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମ କରି ଏଠାରେ ଏହି ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦେବାକୁ ପ୍ରୟାସ ଆରମ୍ଭ ହୋଇଛି । ବଡ଼ଚଣା ଅଞ୍ଚଳର ବିଶିଷ୍ଟ ସମାଜ ସେବୀ ସ୍ୱର୍ଗତ ପ୍ରମୋଦ କୁମାର ଚୌଧୁରୀଙ୍କ ଦୀର୍ଘ ଦିନର ସ୍ୱପ୍ନକୁ ସାକାର କରିବା ପାଇଁ ଓ ଏହି ଅଞ୍ଚଳର ସ୍ୱାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପାଇଁ ସ୍ୱର୍ଗତ ଚୌଧୁୀଙ୍କର ଧର୍ମପତ୍ନୀ ଶାନ୍ତିଲତା ଚୌଧୁରୀଙ୍କ ପ୍ରେରଣାରେ ଏଠାରେ ସମସ୍ତ ରୋଗୀଙ୍କଚ ସୁବିଧା ଓ ସୁଲଭ ମୁଲ୍ୟରେ ଚିକିତ୍ସା ଯୋଗାଇ ଦେବାକୁ ଉଦଘାଟନ ଉତ୍ସବରେ ଘୋଷଣା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ବିଜୟ କୁମାର ଶତପଥି, କଟକ ଶାନ୍ତି ହସ୍ପିଟାଲର ନିଦେ୍ର୍ଦଶକ ଡାକ୍ତର ଜୟ ପଟନାୟକ, କଟକ ଶକ୍ତି ହସ୍ପିଟାଲର ମୂଖ୍ୟ ଡାକ୍ତର ଶକ୍ତିକାନ୍ତ ସାହୁ, ଶାନ୍ତି କେୟାର ହସ୍ପିଟାଲର ଅଧକ୍ଷା ଦିପ୍ତିମୟୀ ଚୌଧୁରୀ, ନିଦେ୍ର୍ଦଶକ ଦିଲିପ କୁମାର ଚୌଧୁରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉଦଘାଟନୀ ଉତ୍ସବରେ ଉପସ୍ଥିତ ଥିଲେ । ଏଠାରେ ଅତ୍ୟାଧୁନିକ ମେସିନ, ଲାବୋରାଟୋରୀ, ରୋଗୀ ସଜ୍ଜାର ସୁବ୍ୟବସ୍ଥା ସହିତ ବହୁ ପ୍ରତିଷ୍ଠିତ ବିଶେଷଜ୍ଞ ମାନଙ୍କ ଦ୍ୱାରା ବିଭିନ୍ନ ରୋଗର ଚିକିତ୍ସା କରିଯିବ । ଏଥି ସହିତ ଏଠାରେ ବିଭିନ୍ନ ରୋଗର ପରୀକ୍ଷା, ଗବେଷଣା ଓ ନିଦାନ ବିଷୟର ସୁବ୍ୟବସ୍ଥା ରହିଥିବା ଜଣାପଡ଼ିଛି । ।

Leave A Reply