Odisha news

ଦୂଷିତ ଜଳ ବ୍ୟବହାର ଯୋଗୁଁ ସଂଜୟ ନଗରରେ କିଡନୀ ରୋଗ ବ୍ୟାପୁଛି : ୧୦ରୁ ଉର୍ଦ୍ଧ୍ବ ରୋଗୀ ଚିହ୍ନଟ,୫ଗୁରୁତର

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଧାନମଣ୍ଡଳ ପଞ୍ଚାୟତର ଆଦିବାସୀ ଗ୍ରାମ ସଂଜୟ ନଗରରେ ଏବେ କିଡନୀ ରୋଗ ବ୍ୟାପୁଛି! ଦୀର୍ଘ ଦିନଧରି ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁଁ ଲୋକେ କିଡନୀ ରୋଗର ଶିକାର ହେଉଥିବା ଜଣାପଡିଛି! ପୂର୍ବରୁ ୪/୫ ଜଣ ଆଦିବାସୀ ଏହି ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ଏବେ ଆଉ ୭ଜଣ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି! ବାରୁଣାବନ୍ତ ପାହାଡ ତଳେ ଏହି ଆଦିବାସୀ ଗ୍ରାମ ଅବସ୍ଥିତ! ଏଠାରେ ପ୍ରାୟ ୫୦ଟି ଆଦିବାସୀ ପରିବାର ବସବାସ କରନ୍ତି! ସେମାନଙ୍କୁ ପାନୀୟ ଜଳ ଯୋଗାଇ ଦେବାକୁ ଏକମାତ୍ର ନଳକୂଅ ରହିଛି! ହେଲେ ଏହି ନଳ କୂଅରୁ ବିଶୁଦ୍ଧ ଜଳ ପରିବର୍ତ୍ତେ ଲୌହ ଓ ଅନ୍ୟାନ୍ୟ କ୍ଷତିକାରକ ଧାତବ ପଦାର୍ଥ ମିଶ୍ରିତ ଦୂଷିତ ଜଳ ବାହାରୁଛି! ପାନୀୟ ଜଳର ଅନ୍ୟ କୌଣସି ବିକଳ୍ପ ନଥିବାରୁ ଲୋକେ ବାଧ୍ୟହୋଇ ଦୀର୍ଘ ଦିନହେବ ଏହି ଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରି ଆସୁଛନ୍ତି! ଫଳରେ ଗ୍ରାମର ଅନେକ ଲୋକ କିଡନୀ ରୋଗର ଶୀକାର ହେଉଛନ୍ତି! ଏହି ରୋଗରେ ଆକ୍ରାନ୍ତ ହୋଇ ଗ୍ରାମର କେଇଜଣ ଲୋକ ଏଥି ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ଆଉ କେତେଜଣ ପିଡିତ ଅଛନ୍ତି! ଏବେ ପୁଣି ୭ଜଣ କିଡନୀ ରୋଗିଙ୍କୁ ଚିହ୍ନଟ କରାଯାଇଛି! ଗ୍ରାମରେ ବସବାସ କରୁଥିବା ମାତ୍ର ୫୦ଟି ପରିବାର ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବାରୁ ଏହା ଆଦିବାସୀଙ୍କ ମଧ୍ୟରେ ଅତଙ୍କ ଖେଳାଇ ଦେଇଥିବା ଅଭିଯୋଗ ହୋଇଛି! ତେବେ ସଚେତନତା ଅଭାବରୁ ଆକ୍ରାନ୍ତ ମାନେ ଠିକ ସମୟରେ ଡାକ୍ତରଖାନା ଯାଉନଥିବା ଜଣାପଡିଛି! ଏହି ଗ୍ରାମଠାରୁ ମାତ୍ର ଦୁଇରୁ ଅଢେଇ କିଲୋମିଟର ମଧ୍ୟରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି! ହେଲେ ଆକ୍ରାନ୍ତ ମାନେ ସେଠାକୁ ଯାଇ ଚିକିତ୍ସା ହେବା କିମ୍ବା ଡାକ୍ତରଙ୍କ ପରାମର୍ଶରେ ଉତ୍ତମ ଚିକିତ୍ସା ପାଇଁ ଅନ୍ୟ ଡାକ୍ତରଖାନାକୁ ଯିବାକୁ ମନ ବଳାଉ ନଥିବାରୁ ଏହି ରୋଗ ଆଗକୁ ଏଠାରେ ଭୟାନକ ସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି!ତେବେ ଏହି ଘଟଣା ଜଣାପଡିବା ପରେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଏକ ଡାକ୍ତରୀ ଦଳ ଏହି ଆଦିବାସୀ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି! ଦୀର୍ଘ ଦିନହେବ ନଳକୂଅରୁ ଲୌହ ମିଶ୍ରିତ ଦୂଷିତ ପାନୀୟ ଜଳ ବାହାରୁଥିବା ଓ ସେହି ଦୂଷିତ ଜଳକୁ ଗ୍ରାମବାସୀ ପାନୀୟ ଭାବେ ବ୍ୟବହାର କରୁଥିବା ସ୍ଥାନୀୟ ପ୍ରଶାସନ ଅବଗତ ଥିଲେ ମଧ୍ୟ ତାହାର ପ୍ରତିକାର ବ୍ୟବସ୍ଥା ହାତକୁ ନନେବାରୁ ଏବେ ଏଠାରେ କିଡନୀ ରୋଗ ଭୟାବହତା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି!ଏହି ଗ୍ରାମରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବାକୁ ସାଧାରଣରେ ଦାବି ହୋଇଛି
Nalco

Leave A Reply