Odisha news

ଆଠଟି ଶ୍ରେଣୀକୁ ଦୁଇ ଶିକ୍ଷକ , ଚାରଗୋଠ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ଯ୍ୟସ୍ତ : ଧାରଣାରେ ବସିଲେ ଛାତ୍ରଛାତ୍ରଛାତ୍ରୀ ଓ ଅଭିଭାବକ.    

0
ଚଣ୍ଡିଖୋଲ/ଚଡେଇଧରା ୨୦/୮:  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ସାହାଣୀଡିହ ପଞ୍ଚାୟତ ଅଧିନ ଚାରଗୋଠ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ଦାନ ବିପର୍ଯ୍ୟସ୍ତ ହୋଇପଡିଛି! ଏଠାରେ ଆଠଟି ଶ୍ରେଣୀରେ ୧୨୬ ଜଣରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ ମଧ୍ୟ ମାତ୍ର ଦୁଇଜଣ ଶିକ୍ଷକ ନିଯୁକ୍ତ ଥିବା ଜଣାପଡିଛି! ଯାହାକୁ ନେଇ ବହୁଦିନ ହେବ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିବା ପରେ ମଙ୍ଗଳବାର ଦିନ ଏହି ଅସନ୍ତୋଷ ଆନ୍ଦୋଳନରେ ପରିଣତ ହୋଇଥିଲା! ପ୍ରଧାନ ଶିକ୍ଷକଙ୍କ ସହ ସହକାରୀ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ  ବିଦ୍ୟାଳୟ ମୁଖ୍ୟ  ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ! ୧୯୫୮ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା! ନିପଟ ଗ୍ରାମାଞ୍ଚଳରେ ଅବସ୍ଥିତ ଏହି ବିଦ୍ୟାଳୟରେ ଶତାଧିକ ପିଲା ଅଧ୍ୟୟନ କରିଆସୁଛନ୍ତି! ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ଏଠାରେ ପ୍ରଧାନ ଶିକ୍ଷକ ଅବସର ନେବା ପରେ ଏପର୍ଯ୍ୟନ୍ତ ଆଉ ନୂତନ ପ୍ରଧାନ ଶିକ୍ଷକ ନିଯୁକ୍ତି ପାଇନାହାନ୍ତି ! ବିଦ୍ୟଳୟରେ  ଦୁଇ ଜଣ ଶିକ୍ଷକରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୨୬ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି! ଏଠାରେ ଆବଶ୍ୟକ ଅନୁସାରେ ଶିକ୍ଷକ ନଥିବାରୁ ଶିକ୍ଷାଦାନ ଘୋର ବାଧାପ୍ରାପ୍ତ ହୋଇଛି! ଏହାକୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ ଏଥିପ୍ରତି କେହି ନଜର ଦେଉନଥିବା ଦେଖାଯାଇଛି! ଯେଉଁଥି ଲୋକେ ପ୍ରତିକ୍ରିୟାଶୀଳ ହୋଇ ପରିଚାଳନା କମିଟିର ଅଧ୍ୟକ୍ଷ ରୋହିତ ଜେନା, କାର୍ତିକ ମଲିକ, ଜଟାଧାରୀ ମଲିକ, ନକୁଳ ସେଠୀ, ଚନ୍ଦ୍ରମଣି ରାଉତ, ଉତ୍ସବ ରାଉତ, ପୀତବାସ ବରାଳ, ଇନ୍ଦ୍ରମଣି ମଲିକ ନେତୃତ୍ୱରେ ଶତାଧିକ ଅଭିଭାବକ ଓ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଦୀର୍ଘ ସମୟଧରି ଧାରଣାରେ ବସିଥିଲେ!ଏ ସଂକ୍ରାନ୍ତରେ ବ୍ଲକ ଶିକ୍ଷା ଅଧିକାରୀ ଅଭିଜିତ ବାରିକ ହସ୍ତକ୍ଷେପ କରି ବିଭାଗୀୟ ଉଚ୍ଚ କତୃପଖ୍ୟଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଲୋକେ ଧାରଣା ପ୍ରତ୍ୟାହାର କରିଥିବା ଜଣାପଡ଼ିଛି! ତେବେ ବ୍ଳକ ଶିକ୍ଷା ଅଧିକାରୀଙ୍କ ଜରିଆରେ ଆନ୍ଦୋଳନ କାରୀଙ୍କ ପକ୍ଷରୁ ଯାଜପୁର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଯାଇ ଯଥାଶୀଘ୍ର ସ୍କୁଲରେ ପ୍ରଧାନ ଶିକ୍ଷକଙ୍କ ସହ ଅଧିକ ଶିକ୍ଷକ ନିଯୁକ୍ତି ନହେଲେ ପୁନର୍ବାର ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ତେତାବନୀ ଦିଆଯାଇଛି!
Har Ghar Tiranga

Leave A Reply