ଚଣ୍ଡିଖୋଲ : ପ୍ରତିବର୍ଷ ପରି ଚଳିତ ବର୍ଷ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଉଦୀୟମାନ ସଂସ୍ଥା ପକ୍ଷରୁ ନିଆରା ଢଙ୍ଗରେ ରକ୍ଷା ବନ୍ଧନ ଊତ୍ସବ ବା ରାକ୍ଷୀ ପୂର୍ଣ୍ଣିମି ପାଳିତ ହୋଇଯାଇଛି! ଚଣ୍ଡିଖୋଲ ନିକଟ ୫୩ ନମ୍ବର ଜାତୀୟ ରାଜପଥ ସନ୍ନିକଟ ବାରୁଣାବନ୍ତ ପର୍ବତ ପାଦଦେଶରେ ଲଗାଯାଇଥିବା ବଡ଼ ବଡ଼ ବଟ ବୃକ୍ଷର ଓହଳ ସହିତ ବିଭିନ୍ନ ବୃକ୍ଷ ଗୁଡିକରେ ସ୍ବେଚ୍ଛାସେବୀ ମାନେ ରାକ୍ଷୀ ବାନ୍ଧିଥିଲେ ଓ ସକାଳୁ ବୃକ୍ଷ ଦେବତାକୁ ଚୁଆ ଚନ୍ଦନ ସହ ହଳଦୀ ପାଣିରେ ଗାଧେଇ ଦେଇ ପରେ ଧୂପ ଦୀପ ଫୁଲ ଓ ନୈବେଦ୍ୟ ଦେଇ ବନ୍ଦାପନା କରିଥିଲେ! ବୃକ୍ଷରେ ରାକ୍ଷୀ ବାନ୍ଧିବା ପରେ ମାଆ ମାନେ ଅନ୍ୟମାନଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ!ସେହିପରି ବଡ଼ଚଣା ଶାଖା ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ବବିଦ୍ୟାଳୟ ସେବା କେନ୍ଦ୍ର ରାଜ ଯୋଗିନୀ ମାନସୀ ଭଉଣୀ , ସରୋଜ ଭାଇ , କୁଆଖିଆ ସେଵାକେନ୍ଦ୍ରର ଶିକ୍ଷୀକା ସୁଧା ଭଉଣୀ ପ୍ରମୁଖ ଛାତ୍ରଛାତ୍ରୀ , ଅଭିଭାବିକ ଓ ଅଭିଭାବକଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ! ଅନୁଷ୍ଠାନର ସମ୍ପାଦକ ଅନୀଲକୁମାର ଦାସ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ!