Odisha news

ତେଲିଗଡରେ ବ୍ୟାପିଲା ଝାଡାବାନ୍ତି : ଶିଶୁ ମୃତ, ବହୁ ଲୋକ ଆକ୍ରାନ୍ତ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ତଥା ଚଣ୍ଡିତଳ ପଞ୍ଚାୟତ ଅନ୍ତର୍ଗତ ତେଲିଗଡ଼ ଗ୍ରାମରେ ଦୁଇଦିନ ହେବ ଝାଡାବାନ୍ତି ରୋଗ ବ୍ୟାପୁଛି ! ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣେ ଶିଶୁ ରାଜେଶ ଶୁଣ୍ଢି (୮)ଙ୍କର ମୃତ୍ୟୁ ଘଟିଥିବା ବେଳେ ଗ୍ରାମର ବହୁ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି! ଆକ୍ରାନ୍ତ ମାନଙ୍କୁ ଚିକିତ୍ସା ପାଇଁ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି!  ସୂଚନା ମୁତାବକ ଗତ ୨୧ ତାରିଖ ଦିନ ଏହି ଗ୍ରାମରେ କେତେକ ଳୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ ! ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ! ଚିକିତ୍ସିତ ଅବସ୍ଥାରେ ଶିଶୁ ପୁତ୍ର ରାଜେଶର ସେଠାରେ ମୃତ୍ୟୁ ହୋଇଯାଇଥିଲା ! ଇତିମଧ୍ୟରେ ଆକ୍ରାନ୍ତଙ୍କ ମଧ୍ୟରୁ ତିନି ଜଣଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ବେଳେ ଆଜି ସକାଳେ ସେହି ଗ୍ରାମର ସୁଦାମ ଶୁଣ୍ଢି, ସାଗର ଶୁଣ୍ଢି, ରିତିକ ମଲ୍ଲିକ, ସୁବାସ ଶୁଣ୍ଢିଙ୍କ ସହ ପାଖ ଓଲର ଗ୍ରାମର ମଳୟ ବେହେରା ଓ ବାଲିକୁଦା ଗ୍ରାମର ବସନ୍ତ ଦାସଙ୍କ ସମେତ ୧୦ ଜଣରୁ ଅଧିକ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇ ବଡ଼ଚଣା ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି ! ଏମାନଙ୍କ ମଧ୍ୟରେ ୫ ଶିଶୁ ଥିବା ମେଡ଼ିକାଲ ସୂତ୍ରରୁ ଜଣା ପଡିଛି ! ଅପରପକ୍ଷରେ ଡାଇରିଆ ବ୍ୟାପିଥିବା ତେଲିଗଡ଼ ଗ୍ରାମକୁ ସୋମବାର ଦିନ ବଡ଼ଚଣା ମେଡ଼ିକାଲ ପକ୍ଷରୁ ଡାକ୍ତରୀ ଏକ ଟିମ ଯାଇ ସ୍ଥିତି ଅନୁଧ୍ୟାନ କରିବା, ଗ୍ରାମବାସୀଙ୍କୁ ସଚେତନ କରିବା ସହିତ ଵିଭିନ୍ନ ସ୍ଥାନରେ ବିଲଚିଂ ପାଉଡର ସିଞ୍ଚନ କରିଥିବା ଜଣାପଡ଼ିଛି!

Leave A Reply