ଚଣ୍ଡିଖୋଲ, : ଯାଜପୁର ଜିଲ୍ଲାର ବଡଚଣା ଥାନା ନିକଟରେ ଥିବା ଫ୍ଲିପକାର୍ଡ କମ୍ପାନୀ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ଏକ ବଡଧରଣର ଲୁଟ ହୋଇଛି! କମ୍ପାନୀର ୩ ଜଣ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ କଟୁରିରେ ଆକ୍ରମଣ କରି ଦୁବୃତମାନେ ୨ ଲକ୍ଷ ୯୦ ହଜାର ଟଙ୍କା,୧୧ ଟି ନୂଆ ମୋବାଇଲ ଓ ଗୋଟିଏ ବାଇକ ଲୁଟି ନେଇଛନ୍ତି ! ଏହି ଘଟଣା ୨୧ ତାରିଖ ବିଳମ୍ବିତ ରାତିରେ ବଡ଼ଚଣା ଥାନା ଠାରୁ ମାତ୍ର ୧୦୦ ମିଟର ଦୁରତ୍ୱରେ ଘଟିଥିବା ଜଣାପଡିଛି! ଏହି ଥାନାରେ ଦୁଇଦିନ ତଳେ ନୂଆ ଥାନା ଅଧିକାରୀ କାର୍ଯ୍ୟଭାର ଗ୍ରହଣ କରିବା ପରେ ନିଜ କାର୍ଯ୍ୟାଳୟ ନିକଟରେ ଏପରି ବଡଧରଣର ଅଘଠଣ ଘଟିବି ପରେ ତାହା ଏହି ନୂଆ ଥାନା ଅଧିକାରୀଙ୍କ ପାଇଁ ତାଲେଞ୍ଜ ସଦୃଶ ହୋଆଛି! ସୂଚନା ମୁତାବକ ଲୋଡ଼ ସେୟାର ନେଟୱାର୍କ ପ୍ରାଇଭେଟ ଲିମିଟେଡ଼ କମ୍ପାନୀର ବଡ଼ଚଣା ଶାଖା ମୁଖ୍ୟ ପରିଚାଳକ ନୟାଗଡ଼ ଜିଲ୍ଲା ଅଞ୍ଚଳର ଗତିଶ୍ୱର ସ୍ୱାଇଁ,ଯାଜପୁର ଜିଲ୍ଲାର ଚିତ୍ତ ରଞ୍ଜନ ସେଠୀ ଓ ଭୁବନେଶ୍ୱର ଅଞ୍ଚଳର ଚିତ୍ତରଞ୍ଜନ ଦାସ ପ୍ରମୁଖ ଗତ ୨୧ତାରିଖ ରାତି ୧୧ ଟାରେ କମ୍ପାନୀ ଭିତରେ ଥିଲେ ! ଏହି ସମୟରେ ତିନି ଜଣ ଯୁବକ ସେଠାରେ ପହଞ୍ଚି ଏମାନଙ୍କୁ ବନ୍ଧୁକ ଓ କଟୁରି ଦେଖାଇ ଭୟଭୀତ କରିଥିଲେ ! ପରେ ଦୁବୃତ ମାନେ କମ୍ପାନୀ ଭିତରେ ଥିବା ଲକର ଭାଙ୍ଗି ୨ ଲକ୍ଷ ୯୦ ହଜାର ଟଙ୍କା ସହିତ ମୋବାଇଲ ଓ ସେଠାରେ ଥିବା ଜଣେ କର୍ମଚାରୀଙ୍କ ବାଇକ ନେଇ ଫେରାର ହୋଇଯାଇଥିଲେ ! ଘଟଣା ଘଟାଇ ଦୁବୃତ ମାନେ ଫେରାର ହୋଇଯିବା ପରେ କମ୍ପାନୀର ମୁଖ୍ୟ ପରିଚାଳକ ଗତିଶ୍ୱର ସ୍ୱାଇଁ ଦୌଡ଼ି ଆସି ଲୁଟ ସମ୍ପର୍କରେ ଥାନାରେ ଜଣାଇଥିଲେ ! ଖବର ପାଇ ବଡଚଣା ଥାନାର ନୂଆ ଥାନାଧିକାରୀ ଶ୍ରୀକାନ୍ତ କୁମାର ବାରିକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିଥିଲେ ! ଘଟଣା ସମ୍ପର୍କରେ ସୂଚନା ପାଇ ସୋମବାର ଦିନ ଯାଜପୁରରୋଡ଼ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଓ ଥାନାଧିକାରୀ ଶ୍ରୀ ବାରିକ ଘଟଣା ସ୍ଥଳକୁ ଯାଇ ଲୁଟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ! ତେବେ ଏନେଇ ମୁଖ୍ୟ ପରିଚାଳକ ଶ୍ରୀ ସ୍ୱାଇଁ ଆଜି ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତକୁ ଜୋରଦାର କରିଛି! ଜିଲ୍ଲା ମୁଖ୍ୟାଳୟରୁ ସନ୍ଧାନୀ କୁକୁର ସହିତ ସାଇଣ୍ଟିଫିକ ଟିମ ଘଟଣା ସ୍ତଳରେ ପହଞ୍ଚି ଅଧିକ ତଦନ୍ତ କରି ଫେରିଯାଇଥିବା ଜଣାପଡିଛି! ଗତ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଜେନାପୁ ଥାନା ଅନ୍ତର୍ଗତ ଚଡେଇଧରା ଫାଣ୍ଡିର ୩୦ ମିଟର ମଧ୍ୟରେ ପୁରୁଣାବଉଳମାଳ ହାଟ ସମ୍ମୁଖ ଜାତୀୟ ରାଜପଥରୁ ଜଣେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଠାରୁ ଦୁଇଜଣ ଦୁବୂର୍ତ୍ତ ଦୁଇ ଲକ୍ଷ ଝାମ୍ପିନେବାର ଗୋଟିଏ ଦିନ ପରେ ପୁଣି ବଡଚଣା ଥାନା ନିକଟରୁ ଏହି ବଡ ଲୁଟପାଟ ହେବା ଘଟଣା ଜିଲ୍ଲା ପୋଲିସ ପାଇଁ ମଧ୍ୟ ଅସାମାଜିକଙ୍କ ଚାଲେଞ୍ଜ ବୋଲି ସାଧାରଣରେ ଆଲୋଚନା ହେଉଛି!