Odisha news

୫୨ତମ ବାଲିସାହି ରାଧାକୃଷ୍ଣ ମେଳଣ ଉତ୍ସବ ଉଦଯାପିତ

0
ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଜେନାପୁର ଥାନା ଅଧିନ ବାଲିସାହି ସ୍ଥିତ ବାଘୁଆ ବ୍ରାହ୍ମଣୀ ଦେବୀ ମେଳନ ଉତ୍ସବ ମହାସମାରୋହରେ ଉଦଯାପିତ ହୋଇଯାଇଛି! ଗତ ୫୧ ବର୍ଷ ଧରି ଏହି ପୀଠରେ ଆଞ୍ଚଳିକ ମେଲଣ କମିଟି ଆନୁକୂଲ୍ୟରେ ରାଧାକୃଷ୍ଣଙ୍କ ଏହି ମଳନ ଉତ୍ସବ ଚାଲି ଆସିଥିଲା ବେଳେ ଚଳିତ ବର୍ଷ ଏହା ୫୨ତମ ବର୍ଷରେ ପଦାର୍ପଣ କରିଥିଲା! ଏହି ମେଳଣ .ସୋମବାର ରାତିରେ  ଆରମ୍ଭ ହୋଇ ମଙ୍ଗଳବାର ସକା ଦିନ ଉଦଯାପିତ ହୋଇଥିଲା! ଏଥିରେ ୯ଟି ସୁସଜ୍ଜିତ ବିମାନରେ ଠାକୁରଙ୍କୁ ବିଜେକରାଯାଇ ମେଳଣ ପଡିଆକୁ ଅଣାଯାଇଥିଲା! ଥାନାପତି ଭାବେ ମୁରଲୀଧର ଜୀଉ ବିମାନ ପ୍ରଥମେ ପଡିଆରେ ପ୍ରବେଶକରି ପୂଜା ପାଇବାପରେ ଅନ୍ୟ ସମସ୍ତ ବିମାନ ପଡିଆକୁ ପ୍ରବେଶ କରିଥିଲେ! ରାଧାକୃଷ୍ଣ ଜୀଉ ନୂଆ ହାଟ, ନାରାୟଣ ପୁର, କୃଷ୍ଣପଶି, ବଉଳମାଳ, ଅଭୟପୁର, ବାଟିଜଙ୍ଗା, ନରସିଂହପୁର, ମିର୍ଜାପୁରର ବିମାନ ଗୁଡିକ ଯୋଗଦେଇଥିଲେ!ଏହି ମେଳନ ପାଇଁ ଦୁଇଦିନ ଧରି ସମଗ୍ର ଅଞ୍ଚଳ ଉତ୍ସବ ମୂଖର ହେବା ସହିତ ମେଲୋଡି,ଆତସବାଜୀ,ଭଜନ, ନାମ ସଂଙ୍କୀର୍ତ୍ତନ ସହିତ ଅନେକ ପାରମ୍ପାରିକ ଲୋକବାଦ୍ୟ ଓ ନୃତ୍ୟ ଆୟୋଜିତ ହୋଇଥିଲା! ବିମାନ ଗୁଡିକ ପଡିଆରେ ପହଞ୍ଚିବା ପରେ ଠାକୁରଙ୍କୁ ଆଧ୍ୟାତ୍ମିକ ନିତି ଅନୁଯାଇ ଭୋଗଲାଗି ଓ ବିଦାକି କରାଯାଇଥିଲା! ମେଳଣ କମିଟି ସଭାପତି ବଟକୃଷ୍ଣ ପଣ୍ଡା, ସମ୍ଫାଦକ କୃଷ୍ଣଚନ୍ଦ୍ର ସାହୁ,କାହ୍ନୁଚରଣ ସାହୁ, ବାଇଧର ସାହୁ, ପାଣ୍ଡବଚରଣ ବେହେରା,ରଘୁନାଥ ପ୍ରଧାନ,କୈଳାସଚନ୍ଦ୍ର ରାଉତ, ଦୁଷ୍ମତ ବଳ , ପ୍ରତାପ ପ୍ରଧାନ,ପ୍ରଫୁଲ ସାହୁ,ପ୍ରବିତ୍ର ସାହୁ, ଶତ୍ରୁଘ୍ନ ସାହୁଙ୍କ ସମେତ କମିଟିର ସମସ୍ତ ସଭ୍ୟ ଉତ୍ସବ ପରିଚାଳନା କରିଥିଲେ ! ଏହି ମେଳଣ ଉତ୍ସବରେ ୪୦ ହଜାରରୁ ଉର୍ଦ୍ଧ୍ବ ଜନସମାଗମ ହୋଇଥିଲା! ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁକୁମାର ସାହୁଙ୍କ ନେତୃତ୍ୱରେ ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୂତୟନ ହୋଇଥିଲେ!

Leave A Reply