Odisha news

ବଡଚଣା ଥାନା ମୁନିସ ମେଲଣ ଉଦଯାପିତ,୧୪ଟି ବିମାନଙ୍କ ଯୋଗଦାନ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ସର୍ବ ପୂରାତନ ବଡଚଣା ଥାଳା ମୁନିସ ମେଲଣ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି! ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ଏହି ପ୍ରଶିଦ୍ଧ ମେଲଣ ଉତ୍ସବରେ ୧୪ଟି ସୁସଜ୍ଜିତ ବିମାନରେ ଠାକୁର ଯୋଗଦେଇଥିଲେ! ଏହି ଉପଲକ୍ଷେ ସମଗ୍ର ଅଞ୍ଚଳ ଉତ୍ସବ ମୂଖର ହେବା ସାଙ୍ଗକୁ ଆଲୋକ ମାଳା ଓ ଆତସବାଜୀରେ ପ୍ରକମ୍ପିତ ହୋଇଥିଲା! ଦୀର୍ଘ ପ୍ରାୟ ୮୦ ବର୍ଷ ହେବ ବଡଚଣା ଥାନା ପକ୍ଷରୁ ରାଧାକୃଷ୍ଣଙ୍କ ଏହି ମେଲଣ ଉତ୍ସବ ଅନୁଷ୍ଠିତ ହୋଇ ଆସିଥିବା କୁହାଯାଇଛି! ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବକୁ ଅଧିକ ସରଶ ସୁନ୍ଦର କରିବା ପାଇଁ ଗୁରୁବାର ରାତିରେ ଭଜନସନ୍ଧ୍ୟା କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ବେଳେ ସମସ୍ତ ଅତିଥି ଓ ଶ୍ରଦ୍ଧାଳୁ ମାନଙ୍କୁ ପ୍ରସାଦ ସେବାରେ ଆପ୍ୟାୟିତ କରାଯାଇଥିଲା! ପ୍ରଥମେ ଥାନପତି ବିମାନ ମେଲଣ ପଡିଆକୁ ପ୍ରବେଶ କରିବାପରେ ଅନ୍ୟ ବିମାନ ଗୁଡିକ ପଡିଆରେ ଆସ୍ତାନ।ହୋଇଥିଲେ! ଠାକୁରଙ୍କୁ ସମୂହ ଭୋଗଲାଗି ଓ ବିଦାକି କରାଯାଇ ମେଲାଣି ଦିଆଯାଇଥିଲା!ବଡଚଣା ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ଉତ୍ସବ ପରିଚାଳନା କରିଥିବା ବେଳେ ଉତ୍ସବରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ!
Nalco

Leave A Reply