ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଜେନାପୁର ଥାନା ସମେତ ରାଜ୍ୟର ବିଭିନ୍ନ ଥାନା ପୋଲିସ ଆଖିରୁ ନିଦ ହଯାଇ ଦେଇଥିବା ମୋଷ୍ଟ ଉଆଣ୍ଟେଡ ଚୋର ଚଗଲି ଜେନା ଶେଷରେ ଜେନାପୁର ଥାନା ପୋଲିସ ହାତରେ ଧରାପଡିଛି! ତାକୁ ଗିରଫ ପରେ ପୋଲିସ ଶନିବାର ଦିନ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଥିଲା! ତାର ଯାମିନ ଆବେଦନକୁ ଖାରଜକରି ବିଚାରପତି ତାକୁ ବିଚାର ବିଭାଗ ଜେଲ ହାଜତକୁ ପଠାଇ ଦେଇଥିବା ଜଣା ପଡିଛି!ଗିରଫ ଚଗଲି ନାମରେ ଜେନାପୁର ଥାନା ସମେତ ଯାଜପୁର,କଟକ,ଢେଙ୍କାନାଳ ଜିଲ୍ଲା ସମେତ ରାଜ୍ୟର୧୩ଟି ଥାନାରେ ୨୨ଟି ଅପରାଧୀକ ମାମଲା ଓ ୩ଟି ଉଆରେଣ୍ଟ ରହିଥିବା ଜଣାପଡିଛି!ଜେନାପୁର ଥାନା ଅଧିକାରୀ ଶୁଭେନ୍ଦୁକୁମାର ସାହୁଙ୍କ ସୂଚନା ଅନୁଯାୟୀ ଚୋର ଚଗଲି ଚଳିତ ବର୍ଷ ଜୁଲାଇ ମାସ ୨୧ ତାରିଖ ସନ୍ଧ୍ୟାରେ ଜେନାପୁର ଥାନା ମୁରାରିପୁର ଗ୍ରାମର ଶିକ୍ଷକ ଦମ୍ପତି କୁଶାସନ ବେହେରାଙ୍କ ଘରେ ପଶି ନଗଦ ଏକ ଲକ୍ଷ ଟଙ୍କା ଓ ଲକ୍ଷାଧିକ ଟଙ୍କା ମୂଲ୍ୟର ସୁନା ଅଳଙ୍କାର ଲୁଟି ନେଇଥିଲା! ଲୁଟପରେ ଚଗଲି ଫେରାର ହେବାସହ ପୋଲିସ ଭୟରେ ଗୋଆ ଚାଲି ଯାଇଥିଲା! ଏହି ଘଟଣାକୁ ନେଇ କୁଶାସନ ଜେନାପୁର ଥାନାରେ ଲିଖିତ ଏତଲା ଦାୟର କରିବା ପରେ ଜେନାପୁର ଥାନା କେଶ ନମ୍ବର ୧୮୩/୨୩ରେ ଏକ ମାମଲା ପଞ୍ଜିକରଣ କରି ଗତ ୫ମାସ ହେବ ପୋଲିସ ତଦନ୍ତ ଚଳାଇବା ସହ ଚଗଲିକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଯାରି ରଖିଥିଲା! ଗତକାଲି ଚଗଲି ଗୋଆରୁ ନିଜ ଗାଁ ଜେନାପୁର ଥାନାର ମୁରାରିପୁରକୁ ଆସିଥିବା ଜାଣିବା ପରେ ପୋଲିସ ଅତର୍କିତ ଭାବେ ତାଙ୍କ ଘର ଉପରେ ଚଢ଼ାଉ କରି ତାକୁ ଗିରଫ କରିଥିଲା! ପଚରାଉଚରା ପରେ ଚଗଲି ଶିକ୍ଷକ ଦମ୍ପତିଙ୍କ ଘରୁ ଚୋରି କରିଥିବା ମାନିଥିଲା! ଚଗଲି ଗିରଫ ଖବର ପ୍ରଚାର ହେବାପରେ ବିଭିନ୍ନ ଥାନା ପୋଲିସ ଜେନାପୁର ଆସି ତାକୁ ପଚରାଉଚରା କରିଥିବା ଜଣାପଡ଼ିଛି! ପରେ ଶନିବାର ଦିନ ପୋଲିସ ତାକୁ କୋର୍ଟ ଚାଲାଣ କରିଥିଲା