Odisha news

ସୁପରଭାଇଜରଙ୍କୁ ସିଡିପିଓଙ୍କ ନିର୍ଘାତମାଡ଼ ଘଟଣାକୁ ୧୫ ଦିନ ବିତିଲା : କାର୍ଯ୍ୟାନୁଷ୍ଠାନ ନାହିଁ, ଶିଶୁ ବିକାଶ ଯୋଜନା ପରିଚାଳନାରେ ବିଭ୍ରାଟ 

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଳକ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରିଣୀ(ସିଡିପିଓ)ଭାଗବତୀ ଗୁରୁ ତାଙ୍କ କାର୍ଯ୍ୟାଳୟରେ ସୁପରଭାଇଜର ଭାବେ କାର୍ଯ୍ୟରତ ସୁବାଷିନୀ ଦାସଙ୍କୁ ନିର୍ଘାତ ମାଢଦେଇ ଲହୁଲୁହାଣ କରିବା ସହ ତାଙ୍କ ଚୁଟିଧରି ସର୍ବସାଧାରଣରେ ଘୋଷାରିବାଘଟଣାକୁ ଇତିମଧ୍ୟରେ ୧୫ଦିନ ବିତିଛି! ହେଲେ ଏହି ସ୍ପର୍ଶ କାତର ଘଟଣାରେ ଅଦ୍ୟାବଧି ପୋଲିସ କିମ୍ବା ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇନାହିଁ! ଇତିମଧ୍ୟରେ କେବଳ ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିଏସଡବ୍ଳୁ) ବଡଚଣା ଆସି ଘଟଣାର ଅନୁସନ୍ଧାନ କରି ଫେରି ଯାଇଛନ୍ତି! ଏହିଘଟଣାରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ବଡଚଣା ସିଡିପିଓଙ୍କ କାର୍ଯ୍ୟାଳୟ ଅଧିନରେ।କାର୍ଯ୍ୟରତ ଅନ୍ୟ ସୁପରଭାଇଜର ଓ କର୍ମଚାରୀ ମାନେ ସିଡିପିଓଙ୍କ ଦବଙ୍ଗଗିରୀରେ ଭୟଭିତ ହୋଇପଡିଥିବା ଅଭିଯୋଗ ହୋଇଛି! ଅନ୍ୟପକ୍ଷରେ ସିଡିପିଓ ମଧ୍ୟ ସୁପରଭାଇଜରଙ୍କ ବିରୁଦ୍ଧରେ ବଡଚଣା ଥାନାରେ ଏକ ପାଲଟା ଅଭିଯୋଗ କରିଛନ୍ତି! ପୋଲିସ ଦୁଇଟି ଅଭିଯୋଗକୁ ଆଧାରକରି ଦୁଇଟି ମାମଲା ପଞ୍ଜିକରଣ କରିଛି! ଏହି ଅଘଟଣ ଘଟିବାପରେ ଆପାତତ ସିଡିପିଓଙ୍କ ବିରୁଦ୍ଧରେ ଅଧିକାଂଶ ସୁପରଭାଇଜର ଓ କର୍ମଚାରୀ ଏକଯୁଟ ହୋଇଥିଲା ବେଳେ ସିଡିପିଓ ମଧ୍ୟ ତାଙ୍କ ଜିଦିରେ ଅଟଳ ଥିବା ଜଣାପଡିଛି! ଯାହାକୁନେଇ ବଡଚଣା-୧ ସିଡିପିଓଙ୍କ କାର୍ଯ୍ୟାଳୟ  ଅଧିନରେ ଏବେ ଶିଶୁ ବିକାଶ ଯୋଜନାର କାର୍ଯ୍ୟ ପରିଚାଳନାରେ ବିଭ୍ରାଟ ଦେଖାଦେଇଛି! ଫଳରେ ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ମଧ୍ୟ ପରିଚାଳିକା ମାନେ ଭୟଭିତ ଭାବେ କାର୍ଯ୍ୟ ପରିଚାଳନା କରୁଥିବା ଦେଖାଯାଉଛି! ଏଠାରେ ସିଡିପିଓ ଓ ସୁପରଭାଇଜର ମଧ୍ୟରେ ହାତାହାତି ଓ ଚୁଟିଧରି ଘୋଷଡା ଘଟଣା ଏବେ କେବଳ ଯାଜପୁର ଜିଲ୍ଲା ନୁହେଁ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି! ଏହି ଝଗଡାକୁ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଯଥାଶୀଘ୍ର ଏହାର ସ୍ଥାୟୀ ସମାଧାନ ନହେଲେ ଏହା ଆଗକୁ ଉଗ୍ରରୂପ ଗ୍ରହଣ କରିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି!

Har Ghar Tiranga

Leave A Reply